୨୦୧୯ରେ ଭୁବନେଶ୍ବରରେ ହେବ ବିଶ୍ବ କବି କଂଗ୍ରେସ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶ୍ବ କଳା ଏକାଡେମି ପ୍ରତିନିଧି ଦଳ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଶ୍ବ କଳା ଓ ସଂସ୍କୃତି ଏକାଡେମିର ଏକ ପ୍ରତିନିଧି ଦଳ ଆଜି ସଚିବାଳୟରେ ଭେଟିଛନ୍ତି। ଆଗାମୀ ୨୦୧୯ ଅକ୍ଟୋବରରେ ଭୁବନେଶ୍ବରରେ ବିଶ୍ବ କବିମାନଙ୍କ କଂଗ୍ରେସ ଆୟୋଜନ ସଂପର୍କରେ ସେମାନେ ଶ୍ରୀ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଥିଲେ। ଆଲୋଚନା ଅବସରରେ ମର୍ଯ୍ୟାଦାଜନକ ବିଶ୍ବ କବି କଂଗ୍ରେସ ଆୟୋଜନ ନିମନ୍ତେ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ପ୍ରତିନିଧି ଦଳର ନେତୃତ୍ବ ନେଇଥ‌ିଲେ ବିଶ୍ବ କଳା ଓ ସଂସ୍କୃତି ଏକାଡେମିର ଉପ ସଭାପତି ପ୍ରଫେସର ଏର୍ଣ୍ଣୋ‌ଷ୍ଟୋ କହାନ୍‌। ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ବାରୋନେସ୍‌ ଉଷା କୁମାରୀ ପ୍ରସାର, ସ୍ବିଜର୍‌ଲ୍ୟାଣ୍ଡର ସାଂସଦ ସାମୁଏଲ୍‌ ଗୁଗର୍‌, ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତା ତଥା ପ୍ର‌େଯାଜକ କବୀର ବେଦୀ ଥିଲେ। ସେମାନେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର