ମୁଖ୍ୟମନ୍ତ୍ରୀଙ୍କ ସହ ବିଶ୍ୱବ୍ୟାଙ୍କର କଣ୍ଟ୍ରି ଡାଇରେକ୍ଟର ଜୁନାଇଦ ଅହମଦଙ୍କ ଆଲୋଚନା

ଭୁବନେଶ୍ୱର: ବିଶ୍ୱବ୍ୟାଙ୍କର ଏକ ପ୍ରତିନିଧି ଦଳ ଏହାର କଣ୍ଟ୍ରି ନିର୍ଦ୍ଦେଶକ ଜୁନାଇଦ କମଲ ଅହମଦ୍‌ଙ୍କ ନେତୃତ୍ୱରେ ସ୍ଥାନୀୟ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଓଡ଼ିଶାର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ପାଇଁ ଆଲୋଚନା କରିଛନ୍ତି।

ବିକାଶ ପ୍ରକ୍ରିୟାରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ଅଧିକ ଭାଗିଦାରୀ, ଦାରିଦ୍ର୍ୟ ଦୂରୀକରଣ ଏବଂ ଉତ୍ତମ ପ୍ରଶାସନିକ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାରଙ୍କ ପଦକ୍ଷେପ ସଂପର୍କରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ। ଆଗାମୀ ଦିନରେ ବିଶ୍ୱବ୍ୟାଙ୍କ ସହିତ ଅଧିକ ସହଯୋଗ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ। ଦାରିଦ୍ର୍ୟ ଦୂରୀକରଣ ତଥା ଅନ୍ୟାନ୍ୟ ସାମାଜିକ ଅର୍ଥନୈତିକ କାର୍ଯ୍ୟକ୍ରମର ସଫଳତା ପାଇଁ ସୋସିଆଲ ରେଜିଷ୍ଟ୍ରୀ ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ବିକାଶ କ୍ଷେତ୍ରରେ ବିଶ୍ୱବ୍ୟାଙ୍କର କଣ୍ଟ୍ରି ପାର୍ଟନରସିପ୍‌ ଫ୍ରେମଓ୍ଵାର୍କ କାର୍ଯ୍ୟକ୍ରମ ଅଧିନରେ ଦେଶର କେତେକ ରାଜ୍ୟ ସହିତ ଦେଶର କେତେକ ରାଜ୍ୟ ସହିତ ଓଡ଼ିଶାର ଷ୍ଟ୍ରାଟିଜି ଷ୍ଟେସ ପାର୍ଟନରସିପ ରହିଛି। ଏହି କାର୍ଯ୍ୟକ୍ରମ ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମ ଅଧିନରେ ବିଶ୍ୱବ୍ୟାଙ୍କକୁ କେଉଁ କେଉଁ କ୍ଷେତ୍ରରେ ଅଧିକ ବିକାଶର ଆବଶ୍ୟକତା ରହିଛି, ସେ ସବୁ ଚିହ୍ନଟ କରିବା ପାଇଁ ବିଶ୍ୱବ୍ୟାଙ୍କକୁ ଏକ ରାପିଡ ଷ୍ଟେଟ ଡାଇଗ୍ନୋଷ୍ଟିକ ଷ୍ଟଡି କରିବା ପାଇଁ ଅନୁରୋଧ କରାଯାଇଥିଲା। ଏହି ବୈଠକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର