ଭୁବନେଶ୍ବର: 'ଫନି' ବାତ୍ୟା ପରେ ଜାତିସଂଘ ଓ ବିଶ୍ବବ୍ୟାଙ୍କ ଦ୍ବାରା ମିଳିତ ଭାବେ ପ୍ରସ୍ତୁତ କ୍ଷୟକ୍ଷତି ଆକଳନ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ଏ ନେଇ ଆଜି ସଚିବାଳୟରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ଆଲୋଚନା ସମ୍ପର୍କରେ ସୂଚନା ଦେଇ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ କହିଥିଲେ ବାତ୍ୟା ପରେପରେ ପାଖାପାଖି ୭୦ ଜଣ ବିଶେଷଜ୍ଞ ଏକମାସ ଧରି ପ୍ରଭାବିତ ଅଞ୍ଚଳ ଗସ୍ତ କରି କ୍ଷୟକ୍ଷତି ଆକଳନ କରିଛନ୍ତି। ଏହାକୁ ସରକାରଙ୍କୁ ପ୍ରଦାନ କରିଛନ୍ତି। ତେବେ କେତେ ଟଙ୍କାର କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରାଯାଇଛି ବୋଲି ସଚିବ କୌଣସି ସୂଚନା ଦେଇନଥିଲେ। ବୈଠକରେ ଜାତୀୟ ଓ ଅନ୍ତରାଷ୍ଟ୍ରୀୟ ସ୍ତରର ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କ ପ୍ରତିନିଧିଙ୍କ ସମେତ ଉନ୍ନୟନ କମିସନର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।
ଜାତିସଂଘ ଓ ବିଶ୍ବବ୍ୟାଙ୍କ ତରଫରୁ ସରକାରଙ୍କୁ ‘ଫନିି’ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ
/sambad/media/post_attachments/wp-content/uploads/2018/01/world-bank.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)