ବିଶ୍ବ ବ୍ୟାଙ୍କ-ଏନଏଚଆଇଆଇପିର ସଂଶୋଧିତ ଆବଣ୍ଟନରେ ଓଡିଶାକୁ ୫୬.୯୬ କୋଟି ଟଙ୍କା

ନୂଆଦିଲ୍ଲୀ: ବିଶ୍ବ ବ୍ୟାଙ୍କ-ଜାତୀୟ ରାଜପଥ ଇଣ୍ଟରକନେକଟିଭିଟି ଇମ୍ପ୍ରୁଭମେଣ୍ଟ (ଏନଏଚଆଇଆଇପି) ଯୋଜନାର ସଂଶୋଧନ ଆବଣ୍ଟନ ଅର୍ନ୍ତଗତ ଓଡ଼ିଶାକୁ ୫୬.୯୬ କୋଟି ଟଙ୍କା ମିଳିବ। ଏହି ଯୋଜନାର ଇପିଏ ଲୋନ୍ ପାର୍ଟରେ ଆବଣ୍ଟିତ ୫.୫୦ କୋଟି ଟଙ୍କାକୁ ବଢାଇ ଦିଆଯାଇ ୨୧.୩୬ କୋଟି ଟଙ୍କା କରିଦିଆଯାଇଛି। ସେହିଭଳି ଇପିଏ କାଉଣ୍ଟରପାର୍ଟ ଅର୍ନ୍ତଗତ ପୂର୍ବରୁ ଆବଣ୍ଟନ କରାଯାଇଥିବା ୯.୩୫ କୋଟି ଟଙ୍କାକୁ ବଢାଇ ଦିଆଯାଇ ୩୫.୬୦ କୋଟି ଟଙ୍କା କରିଦିଆଯାଇଛି।

କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ନିକଟରେ ବିଶ୍ବ ବ୍ୟାଙ୍କ-ଏନଏଚଆଇଆଇପି, ବିଶ୍ବ ବ୍ୟାଙ୍କ-ଜିଏନଏଚସିପି ତଥା ଏଡିବି ସହାୟତାରେ ଦେଶରେ ତ୍ୱରାନ୍ୱିତ କରାଯାଉଥିବା ପ୍ରକଳ୍ପର ଲୋନ ଆବଣ୍ଟନରେ ସଂଶୋଧନ କରାଯାଇଛି। ବିଭିନ୍ନ ରାଜ୍ୟରେ କ୍ରିୟାନ୍ବୟନ ହେଉଥିବା ପ୍ରକଳ୍ପ ପାଇଁ ବିଶ୍ବ ବ୍ୟାଙ୍କ-ଏନଏଚଆଇଆଇ ଯୋଜନା ଅର୍ନ୍ତଗତ ୨୦୨.୯୬ କୋଟି ଟଙ୍କା, ବିଶ୍ବ ବ୍ୟାଙ୍କ-ଜିଏନଏଚସିପି ଅର୍ନ୍ତଗତ ୮୦୦ କୋଟି ଟଙ୍କା ଏବଂ ଏଡିବି ଅର୍ନ୍ତଗତ ୨୫ କୋଟି ଟଙ୍କାର ସଂଶୋଧିତ ଆବଣ୍ଟନ କରାଯାଇଛି। ସଂଶୋଧିତ ଆବଣ୍ଟନ ଅର୍ନ୍ତଗତ ଓଡ଼ିଶା, କର୍ଣ୍ଣାଟକ, ରାଜସ୍ଥାନ, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ବିହାର, ଉତ୍ତର ପ୍ରଦେଶ ଓ ହିମାଚଳ ପ୍ରଦେଶରେ ପ୍ରକଳ୍ପଗୁଡିକର କାର୍ଯ୍ୟ ଗତିରେ ତିବ୍ରତା ଆସିବାର ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର