ଚନ୍ଦକା ବନାଂଚଳରେ ହେବ ବିଶ୍ୱସ୍ତରୀୟ ପ୍ରାଣୀ ଚିକିତ୍ସାଳୟ

ଭୁବନେଶ୍ୱର: ଚନ୍ଦକା ବନାଂଚଳରେ ବିଶ୍ୱସ୍ତରୀୟ ପ୍ରାଣୀ ଚିକିତ୍ସାଳୟ ପ୍ରତିଷ୍ଠା ହେବ । ଲୋକସେବା ଭବନରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି । ରାଜ୍ୟରେ ହାତୀ କରିଡର ସଂଖ୍ୟା ଏବେ ୧୪ ଥିବା ବେଳେ ଆହୁରି ୨ଟି ଅଧିକ କରାଯିବ । ଶିମିଳପାଳ-ହଦଗଡ଼ ଓ ବରୁଣେଇ-ନୂଆଗଡ଼ରେ ହାତୀ କରିଡ଼ର ହେବ । ଜାତୀୟ ରାଜପଥ ଢେଙ୍କାନାଳ, ରେଢ଼ାଖୋଳ ଓ ଆଠମଲ୍ଲିକ ବନଖଣ୍ଡରେ ଅଣ୍ଡର ପାସ ହେବ । ରାଜ୍ୟରେ ୧୯୯୯ରେ ୧୮୨୭ ହାତୀ ଥିଲେ । କିନ୍ତୁ ୨୦୧୭ ବେଳକୁ ଏହି ସଂଖ୍ୟା ୧୯୭୬ରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର