ଘୁ.ଉଦୟଗିରିରେ ବିଶ୍ଵକପ ହକିର ଫାଇନାଲ ମ୍ୟାଚ୍‌ ପ୍ରସାରଣ  କାର୍ଯ୍ୟକ୍ରମ

ଘୁ.ଉଦୟଗିରି :  ହକି ବିଶ୍ୱକପ୍ ଫାଇନାଲ ମ୍ୟାଚ୍‌ର ସିଧାପ୍ରସାରଣ ଦେଖିବା ନିମନ୍ତେ ଆଜି ଘୁ.ଉଦୟଗିରି ପରିଷଦ କାର୍ଯ୍ୟାଳୟ ତରଫରୁ ଆୟୋଜନ କରାଯାଇଛି। ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟାଳୟ ତରଫରୁ ପ୍ରୋଗ୍ରାମ କୋଅର୍ଡ଼ିନେଟର ପ୍ରଭାତ ରଞ୍ଜନ ସାହୁଙ୍କ ତତ୍ତ୍ଵାବଧାନରେ ସ୍ଥାନୀୟ ସହରର ମଧ୍ୟଭାଗ ଭଞ୍ଜ ମାର୍କେଟ କମ୍ପ୍ଲେକ୍ସ ନିକଟରେ ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ହକି ସେଲ୍‌ଫି ପଏଣ୍ଟ   ଠାରେ ବଡ଼ ଏଲ୍‌ଇଡି ମାଧ୍ୟମରେ ମ୍ୟାଚ୍ ପ୍ରସାରଣକୁ ସ୍ଥାନୀୟ ଲୋକେ ଉପଭୋଗ କରିଥିଲେ।

କାର୍ଯ୍ୟକ୍ରମରେ ଏନ୍‌ଏସି ଅଧ୍ୟକ୍ଷା  ଭାନୁପ୍ରଭା ମିଶ୍ର, ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ ଓ  ପରିଷଦର ସମସ୍ତ କାଉନ୍‌ସିଲର ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର