ରାତିପାହିଲେ ବରଗଡ ଧନୁଯାତ୍ରା ! ସଜେଇ ହେଉଛି ଗୋପପୁର

ବରଗଡ଼: ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଗୋପପୁର ସାଜୁଥିବା ଅମ୍ବାପାଲି ପ୍ରସ୍ତୁତ ହୋଇସାରିଛି । କୃଷ୍ଣଲୀଳାରେ ସାମିଲ ହେବା ପାଇଁ ଅପେକ୍ଷା କରିଛନ୍ତି ଅମ୍ବାପାଲି ବାସୀ । ଧନୁଯାତ୍ରା ପାଇଁ କଳାକାର ଓ ଗ୍ରାମବାସୀ ସମସ୍ତଙ୍କ ପସ୍ତୁତି ସରିଛି । ଘରେ ଘରେ ଲିପାପୋଛା ଏବଂ ସାଜସଜା କାମ ସରିଯାଇଛି । ଗାଁର ସମସ୍ତ ଘର କାନ୍ଥରେ କୃଷ୍ଣଲୀଳା ସଂପର୍କୀତ ନୂୂତନ ଦୃଶ୍ୟ ଗୁଡ଼ିକ ସଂରଚନା କରାଯାଉଛି ।

ବରଗଡ଼ ଧନୁଯାତ୍ରାର ଗୋପପୁର ପାଲଟୁଥିବା ଅମ୍ବାପାଲି ଗାଁରେ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଛି । ଧନୁଯାତ୍ରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅମ୍ବାପଲି ଗାଁରେ କୃଷ୍ଣଲୀଳାର ଦୃଶ୍ୟ ଅଭିନିତ ହୋଇଥାଏ । ଏଥିପାଇଁ କଳାକାର ଓ ଗ୍ରାମବାସୀ ସମସ୍ତେ ପ୍ରସ୍ତୁତ ହୋଇସାରିଛନ୍ତି । ଗାଁକୁ ଏବେ ଠାରୁ ବନ୍ଧୁବାନ୍ଧବ ଆସିଗଲେଣି । ସମସ୍ତେ ନିଜ ନିଜ ଘରକୁ ସୁନ୍ଦର ଭାବେ ସଜେଇଛନ୍ତି । ଘର ଓ କାନ୍ଥକୁ ଲିପା ପୋଛା କରି ରଂଗ ଦେଇ ରଙ୍ଗୀନ ଆଲୋକରେ ସଜେଇଛନ୍ତି ଅମ୍ବାପାଲି ବାସିନ୍ଦା ।

ଗାଁର ସମସ୍ତ କାଂଥରେ କୃଷ୍ଣ ଲୀଳା ସମ୍ପର୍କୀତ ଚିତ୍ର ଅଙ୍କା ଯାଉଛି । ଯାହା ଗୋପପୁରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଛି । ଅନ୍ୟପଟେ ବିଭିନ୍ନ ସ୍ଥାନରେ ସୁଉଚ୍ଚ ତୋରଣ ଓ ନନ୍ଦପୁରୀର ନିର୍ମାଣ ମଧ୍ୟ ଶେଷ ହୋଇଛି । ଚଳିତବର୍ଷ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ମଥୁରା ପରି ଗୋପପୁରରେ ମଧ୍ୟ ଜାତୀୟସ୍ଥରର ସାସ୍କୃତିକ ଦଳ ନିଜର କଳା ପ୍ରଦର୍ଶନ କରିବେ । ଏହାସହ ସର୍କସ ଓ ମୀନାବଜାର ଗୋପପୁର ଯାତ୍ରାର ମୁଖ୍ୟ ଆକର୍ଷଣ ହେବ । ଜାନୁଆରୀ ୧୧ ତାରିଖରୁ ୧୧ ଦିନ ଧରି ବରଗଡ ଧନୁଯାତ୍ରା ଅନୁଷ୍ଠିତ ହେବ ।

ସମ୍ବନ୍ଧିତ ଖବର