ବାରିପଦା: ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ଛଉ ପଡିଆଠାରେ ୩ଦିନ ଧରି ଚାଲିଥିବା ପ୍ରସିଦ୍ଧ ଚୈତ୍ରପର୍ବ-୨୦୨୨ ଆଜି ଉଦ୍ଯାପିତ ହୋଇଯାଇଛି। ଶେଷ ସଂଧ୍ୟାରେ ଉତ୍ତରସାହି ଓ ଦକ୍ଷିଣସାହି ନୃତ୍ୟ ଦଳର କଳାକାରଙ୍କ ପାରମ୍ପରିକ ଛଉନୃତ୍ୟ ସମସ୍ତଙ୍କ ମନ ମୋହି ନେଇଥିଲା। ଦକ୍ଷିଣସାହିର ଛଉନୃତ୍ୟ ପ୍ରତିଷ୍ଠାନ ପକ୍ଷରୁ କୀରାତ ଅର୍ଜୁନ, ବେଣୀ ସଂଗମ, ଦଣ୍ଡି, ମେଘ ମୟୂରୀ, ନିଷିଦ୍ଧ ମିଳନ ଓ ଧ୍ୱଜାତାଳ ଏବଂ ଉତ୍ତରସାହି ପକ୍ଷରୁ ମାତୃପୂଜା, ଚିତ୍ରାଙ୍ଗଦା, ବାଳୀବଧ, ମହିଷାମର୍ଦ୍ଦିନୀ, ଶବର ଟୋକା ଓ କାଳଚକ୍ର ଶୀର୍ଷକ ପୌରାଣିକ ଓ ସାମାଜିକ କଥାବସ୍ତୁ ଆଧାରିତ ଛଉନୃତ୍ୟ ପରିବେଷଣ କରାଯାଇଥିଲା।
ଏହି ଅବସରରେ ନିଶାର୍ଦ୍ଧରେ ଭକ୍ତାପର୍ବ ପାରମ୍ପରିକ ରିତିନୀତିରେ ଅନୁଷ୍ଠିତ ହୋଇଥିଲ। ଜିଲ୍ଲାପାଳ ତଥା ମୟୂରଭଞ୍ଜ ଛଉନୃତ୍ୟ ପ୍ରତିଷ୍ଠାନ ସଭାପତି ବିନୀତ ଭରଦ୍ୱାଜ ଭକ୍ତାମାନଙ୍କୁ ସ୍ୱାଗତ ଜଣାଇଥିଲେ। ରାଜ୍ୟସଭା ସାଂସଦ ମମତା ମହାନ୍ତ, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତି ଓ ପ୍ରକାଶ ଚନ୍ଦ୍ର ବେହେରା, ଜିଲ୍ଲା ଜରୁରୀ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/27-13.jpg)