ବାରିପଦା : କୃଷି ବିଜ୍ଞାନ କେନ୍ଦ୍ରରେ ବିଶ୍ୱ ଖାଦ୍ୟ ଦିବସ ପାଳିତ

ବାରିପଦା : ଶ୍ୟାମାଖୁଣ୍ଟାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ଗତକାଲି ବିଶ୍ୱ ଖାଦ୍ୟ ଦିବସ ପାଳିତ ହୋଇଯାଇଛି। ଖାଦ୍ୟ ଏବଂ କୃଷି ସଂସ୍ଥା(ଫାଓ)ର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଚଳିତ ବର୍ଷର ବିଶ୍ୱ ଖାଦ୍ୟ ଦିବସର ଅନୁଚିନ୍ତା ରହିଛି ଗ୍ରୋଥ୍, ନରିସ୍ ଏଣ୍ଡ୍ ସଷ୍ଟେନ୍ ଟୁଗେଦର୍। କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଏବଂ ମୁଖ୍ୟ ସଂଘମିତ୍ରା ପଟ୍ଟନାଏକ କାର୍ଯ୍ୟକ୍ରମକୁ ସଂଯୋଜନା କରି ଏହି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ବିଷଦ ସୂଚନା ଦେଇଥିଲେ।

କେନ୍ଦ୍ରର ଗୃହବିଜ୍ଞାନୀ ଶ୍ରୀମତୀ ଭୂୟାଁ ସମାଜରେ ପୃଷ୍ଟିହୀନତାକୁ ରୋକିବା ଦିଗରେ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ତାଲିମ ଯୋଗାଇବା ସହିତ ସଂଘ ଜରିଆରେ ପାକଶାଳା ବଗିଚା ସୃଷ୍ଟି କରି ଚାଷୀଭାଇଙ୍କୁ ସ୍ୱାବଲମ୍ବୀ ହେବା ନେଇ ଉତ୍ସାହିତ କରିଥିଲେ। ଏହି ଅବସରରେ ଶ୍ୟାମାଖୁଣ୍ଟା ବ୍ଳକ୍ ସିଡିପିଓ ଉର୍ମିଳା ବେହେରା, ସୁପରଭାଇଜର୍ ବିଟୁ ଟୁଡୁ, ମିଶନ ଶକ୍ତି ପ୍ରକଳ୍ପ ସଂଯୋଜକ ଜ୍ୟୋତିର୍ମୟୀ ସାହୁ ପ୍ରମୁଖ ଯୋଗଦେଇଥିଲେ। ଗୃହବିଜ୍ଞାନୀ କୁନିଲତା ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର