ଘୁ.ଉଦୟଗିରି: ମଣିଷ ଜୀବନରେ ସୁସ୍ଥ ମାନସିକତା ଓ ଶାରୀରିକ ସ୍ୱାସ୍ଥ୍ୟର ଆବଶ୍ୟକତା ରହିଛି। ପ୍ରତ୍ୟେକ ଜୀବନରେ ସୁସ୍ଥତା ଅନୁଭବ କଲେ କାର୍ଯ୍ୟରେ ପରିବର୍ତ୍ତନ ଘଟାଇବା ସମ୍ଭବପର ହୋଇଥାଏ। ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ସ୍ବାସ୍ଥ୍ୟ ଉପରେ ଗୁରୁତ୍ବ ଦେଇଥାନ୍ତି। ସରକାର ଓ ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନ ଦ୍ଵାରା ତୃଣମୂଳ ସ୍ତରରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରି ଲୋକମାନଙ୍କୁ ସଚେତନ କରିବାରେ ପ୍ରଚେଷ୍ଟା କରୁଛନ୍ତି। ସେହିପରି ବର୍ତ୍ତମାନ ସମୟରେ ଦିନକୁ ଦିନ ଅନବରତ ରୋଗ ଦେଖାଗଲାଣି, ଏହାକୁ ଦୃଷ୍ଟି ଦେଇ ଆଜି ଦିନରେ ସାରା ବିଶ୍ବରେ ଏହି ଦିବସ ପାଳିତ ହୋଇଛି।
ଘୁ. ଉଦୟଗିରି ବ୍ଲକ୍ ଅନ୍ତର୍ଗତ ଲିଙ୍ଗାଗଡ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ରବିବାର ଦିନ ଆକ୍ସନ ଏଡ୍, ଜାତୀୟ ସ୍ୱାସ୍ଥ୍ୟ ମିଶନ, ପ୍ରଦାତ୍ତା ଓ ୟୁନିସେଫ ସହଯୋଗରେ ଅନ୍ତରଙ୍ଗ ଯୁବ ମହାସଂଘ କନ୍ଧମାଳ ପକ୍ଷରୁ ବିଶ୍ଵ ସ୍ବାସ୍ଥ୍ୟ ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଘୁ. ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡଃ. ରତିକାନ୍ତ ସାହୁ, ସମ୍ମାନିତ ଅତିଥି ଜିଲ୍ଲା ଯୋଗ ପ୍ରଭାରୀ ବଟକୃଷ୍ଣ ଦାସ ଯୋଗଦେଇଥିବା ବେଳେ ବିଦ୍ୟାଳୟର ଶିକ୍ଷୟତ୍ରୀମାନେ ଯୋଗଦେଇଥିଲେ।
ମାନସିକ ଓ ଶାରୀରିକ ସ୍ତରରେ ହେଉଥିବା ବିଭିନ୍ନ ସମସ୍ୟା ବିଷୟରେ ଏହାର ସମାଧାନ ପାଇଁ ଆଲୋଚନା କରାଯାଇଥିବାବେଳେ ମୋ ସ୍ବାସ୍ଥ୍ୟ ମୋ ଅଧିକାର ବିଷୟରେ ଛାତ୍ରୀମାନଙ୍କୁ ଶିକ୍ଷା ଦିଆଯାଇଥିଲା ଓ ସ୍ୱାସ୍ଥ୍ୟର ବିକାଶ ହେବା ସହିତ କିଶୋରୀମାନଙ୍କ ଆଧ୍ୟାତ୍ମିକ ଜ୍ଞାନ ବୃଦ୍ଧି ହେବା ପାଇଁ ପ୍ରାଣାୟମ ଓ ଯୋଗ ଦ୍ଵାରା ସମ୍ଭବ କଥା ଅତିଥିମାନଙ୍କ ଦ୍ଵାରା କୁହାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରୀମାନେ ବିଭିନ୍ନ ପ୍ରାଣାୟମ ଓ ଯୋଗ କରିଥିଲେ। ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ କୌଶଲ୍ୟା ସାହୁ ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/IMG-20240407-WA0228.jpg)