୨୯ରେ ‘ସମ୍ବାଦ’ ପାଳନ କରୁଛି ବିଶ୍ୱ ହୃଦୟ ଦିବସ : ହୃଦୟକୁ ସୁସ୍ଥ ରଖିବା ପାଇଁ ଆସନ୍ତୁ ଦୌଡିବା

ଭୁବନେଶ୍ୱର : ଆସନ୍ତା ୨୯ ତାରିଖ ଶନିବାର ଦିନ ସାରା ଦୁନିଆରେ ପାଳନ ହେଉଛି ବିଶ୍ୱ  ହୃଦୟ ଦିବସ । ନିଜ ହୃହୟକୁ ସୁସ୍ଥ ରଖିବା ପାଇଁ ଦୌଡର କୌଣସି ବିକଳ୍ପ ନାହିଁ । କିଛି ବାଟ ଦୌଡିବା ଦ୍ୱାରା ଶରୀରର କୋଲେଷ୍ଟୋରଲ ନିୟନ୍ତ୍ରଣରେ ରହିଥାଏ । ଏଣୁ ବିଶ୍ୱ ହୃଦୟ ଦିବସ ଉପଲକ୍ଷେ ‘ସମ୍ବାଦ’  ପକ୍ଷରୁ ଏକ ବିଶାଳ ଗଣଦୌଡର ଆୟୋଜନ କରାଯାଇଛି ।

ଏହି ଦୌଡ଼ଟି ଶନିବାରଦିନ ସକାଳ ୬ଟାରୁ ଜନତା ମୈଦାନ ଗେଟ୍‌ ପାଖରୁ ଆରମ୍ଭ  ହୋଇ ବିଆର୍‌ ଲାଇଫ୍‌-କଳିଙ୍ଗ ହସପିଟାଲ ନିକଟରେ ସମାପ୍ତ ହେବ । ୫ କିଲୋମିଟର ବ୍ୟାପୀ ଏହି ଗଣଦୌଡରେ କେତେକ ଆର୍ଲି ବାର୍ଡ  ଉପହାର ମଧ୍ୟ ଅଛି । ଏଣୁ ଶୀଘ୍ର ପହଞ୍ଚିଲେ ଆପଣ ମଧ୍ୟ ଉପହାର ପାଇପାରିବେ । ଏପରି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ମଧ୍ୟରେ ନିଜର ହୃଦୟକୁ ସୁସ୍ଥ ରଖିବା ପାଇଁ ସଚେତନତା ସୃଷ୍ଟି କରିବା ଆୟୋଜକମାନଙ୍କର ପ୍ରମୁଖ ଲକ୍ଷ୍ୟ ରହିଛି ।

ସମ୍ବନ୍ଧିତ ଖବର