ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଉଦ୍‌ଘାଟିତ, ଆଜିଠୁ ଚାଲିଲା କଂସ ରାଜ୍‌

ବରଗଡ଼: ମୁକ୍ତାକାଶ ରଙ୍ଗମଞ୍ଚରେ ୧୧ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଶନିବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି। ଏହି ଯାତ୍ରା ୨୦୧୮ ଜାନୁଆରି ୨ ପର୍ଯ୍ୟନ୍ତ ଚାଲିବ। ଧନୁଯାତ୍ରା କମିଟର ସଦସ୍ୟ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏହାକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସାଂସଦ ସୁବାସ ସିଂହ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ ଖଗେନ୍ଦ୍ର ପାଢ଼ୀ, ଆରକ୍ଷୀ ଅଧିକ୍ଷକ ଯୁଗଳ କିଶୋର, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ପ୍ରଶାନ୍ତ ବେହେରା ଓ ଉପାଧ୍ୟକ୍ଷା କଳ୍ପନା ମାଝୀ ଉପସ୍ଥିତ ଥିଲେ। ନିଶାମଣି ପଡ଼ିଆରେ ସୁସଜ୍ଜିତ ରଙ୍ଗମହଲର ଉଦ୍‌ଘାଟନ ପରେ ବରଗଡ଼ରେ ମଥୁରା ରାଜା କଂସଙ୍କ ଶାସନ ଆରମ୍ଭ ହୋଇ ଯାଇଛି।

ପୂର୍ବରୁ ଶନିବାର ଅପରାହ୍ନରେ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରି ଥିଲା। ଏଥିରେ ବରଗଡ଼ ସହରର ୧୭ଟି ଦଳ ସାମିଲ ଥିଲେ। ରଙ୍ଗମହଲରେ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଦ୍ୱାପର ଯୁଗର ଦେବକୀ-ବସୁଦେବଙ୍କ ବିବାହ, କଂସକୁ ଦୈବୀ ବାଣୀ, ଦେବକୀଙ୍କ ଅଷ୍ଟମ ସନ୍ତାନର ଜନ୍ମ ଆଧାରିତ ନାଟକ ହେବ।

ସମ୍ବନ୍ଧିତ ଖବର