ଜୟପୁର/କୋରାପୁଟ: ଜିଲ୍ଲା ଆଇନ ସେବା ପ୍ରାଧିକରଣ କୋରାପୁଟ-ଜୟପୁର ପକ୍ଷରୁ “ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ” ଅବସରରେ ମାନସ ବୌଦ୍ଧିକ ଅକ୍ଷମତା ବିଦ୍ୟାଳୟ ଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି ।  ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର, ସଚିବ , ତଥା ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ  ବିଚାରପତି ସୁମନ ଜେନା ଏବଂ କୋରାପୁଟ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଦିଲୀପ କୁମାର ହିଆଲ, ମାନସ ଭିନ୍ନକ୍ଷମ ବିଦ୍ୟାଳୟର ଅଧକ୍ଷ ପ୍ରକାଶ ଦେହୁରି ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ବିଦ୍ୟାଳୟର ମାନସିକ ଅନଗ୍ରସର ଛାତ୍ର ଏହି ଶିବିରରେ ଉପସ୍ଥିତ ରହିଥିଲେ ।

Advertisment

ମାନସିକ ଅନଗ୍ରସରବ୍ୟକ୍ତିଙ୍କୁ ସମାଜରେ ମୁଖ୍ୟ ସ୍ରୋତକୁ ନେବା ପାଇଁ ସରକାରଙ୍କ ଦ୍ଵାରା ପ୍ରଦତ୍ତ ବିଭିନ୍ନ ଯୋଜନା ତଥା ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଜନମଙ୍ଗଳକକାରୀ ଯୋଜନା କରାଯାଇଛି। ଏହାର କିଭଳି ଲାଭ ଏହି ପିଲା ଉଠାଇ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ ତାହା ଅଭିଭାବକ ମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ବ ବୋଲି ବୁଝାଇଥିଲେ। ଶେଷରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦେହୁରି  ଧନ୍ୟବାଦ ପ୍ରଦାନ କରିଥିଲେ ।