ଆଜି ବିଶ୍ବ ସଂଗୀତ ଦିବସ : ଓଡ଼ିଶୀ ସ˚ଗୀତକୁ ଶାସ୍ତ୍ରୀୟ ମୋହର କେବେ?

ଭୁବନେଶ୍ବର : ଓଡ଼ିଶୀ ସ˚ଗୀତ ଶାସ୍ତ୍ରୀୟ, ଏହାକୁ ଶାସ୍ତ୍ରୀୟ ମାନ୍ୟତା ମିଳୁ। ଢେର‌୍‌ ବର୍ଷ ହେବ ରାଜ୍ୟରେ ବିଭିନ୍ନ େକ୍ଷତ୍ରରୁ ଏମିତି କାନ୍ଦଣା ଶୁଭୁଛି। ଯେବେ ବିଶ୍ବ ସ˚ଗୀତ ଦିବସ ଆସୁଛି, ଏ କାନ୍ଦଣାର ସ୍ବର ଆହୁରି ଗାଢ଼ ହେଉଛି। କିନ୍ତୁ ୫ ବର୍ଷ ପରେ ବି ଶାସ୍ତ୍ରୀୟ ମାନ୍ୟତା ପାଇଁ ବାଟ ଫିଟିପାରିନି। ସବୁଠୁ ବଡ଼ କଥା ହେଉଛି ୨ ଥର କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟକୁ ରିପୋର୍ଟ ପଠାଯାଇଛି। ପୁଣି ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳପତି କମଳକାନ୍ତ ମିଶ୍ର ମଧ୍ୟ ୬ ମାସ ତଳେ ଏକ ଆଲୋଚନାଚକ୍ରକୁ ଆଧାର କରି ବିସ୍ତୃତ ରିପୋର୍ଟ େକନ୍ଦ୍ର ସଂସ୍କୃତି ମନ୍ତ୍ରାଳୟକୁ ପଠାଇଛନ୍ତି। ହେଲେ ମନ୍ତ୍ରାଳୟ ଏ ମାମଲାରେ ଚୁପ୍‌ ବସିଛି।

ଓଡ଼ିଶୀ ସ˚ଗୀତର ନିଜସ୍ବ ରାଗ ରାଗିଣୀ ରହିଛି। ମାତ୍ର ଏବେ ବି ଓଡ଼ିଶୀ ଗାଇବା ବେଳେ ୮୦ ପ୍ରତିଶତ ରାଗ ହିନ୍ଦୁସ୍ତାନୀ ଅବା କର୍ଣ୍ଣାଟକୀ ରାଗକୁ ଉଦ୍ଧାର କରି ଅନେକ ଗାଉଛନ୍ତି ବୋଲି କିଛି ଗବେଷକ କହୁଛନ୍ତି। ବୋଧେ ଏହା ମାନ୍ୟତା ଦେବା କ୍ଷେତ୍ରରେ ବାଧକ ସାଜୁଛି ବୋଲି କିଛି ଗବେଷକଙ୍କ ମତ।

ଓଡ଼ିଶୀ ନୃତ୍ୟକୁ ଅନେକ ବର୍ଷ ତଳୁ ଶାସ୍ତ୍ରୀୟ ମାନ୍ୟତା ମିଳିସାରିଛି। ୬ ବର୍ଷ ତଳେ ଓଡ଼ିଆ ଭାଷାକୁ ବି ମାନ୍ୟତା ମିଳିଛି। କିନ୍ତୁ ଏଯାଏଁ ଓଡ଼ିଶୀ ସ˚ଗୀତକୁ ଏହା ମିଳିପାରୁନାହିଁ। ଏ ନେଇ ଓଡ଼ିଶା ସ˚ଗୀତ ନାଟକ ଏକାଡେମିଠୁ ଆରମ୍ଭ କରି ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଉଦ୍ୟମ େହାଇଛି। ମାତ୍ର ଭାରତ ସରକାରଙ୍କ ସ˚ସ୍କୃତି ମନ୍ତ୍ରାଳୟକୁ ମନାଇବା ଭଳି ଗବେଷଣାଲବ୍ଧ ତଥ୍ୟ ଉପସ୍ଥାପନ କରାଯାଇ ପାରିନି।

୨୦୧୩ରୁ ରାଜ୍ୟ ସ˚ସ୍କୃତି ବିଭାଗ ଅଣ୍ଟା ଭିଡ଼ିଲାଣି। ଏ ବାବଦରେ ସେତେବେଳେ କଣ୍ଠଶିଳ୍ପୀ, ଗୀତିକାର, ଓଡ଼ିଶୀ ନୃତ୍ୟଶିଳ୍ପୀ, ଗବେଷକଙ୍କଠାରୁ ୨୦୧୪ରେ ପ୍ରବନ୍ଧ ସ˚ଗ୍ରହ କରାଯାଇଥିଲା। ଓଡ଼ିଶୀ ସ˚ଗୀତ, ନୃତ୍ୟ, ବାଦ୍ୟ ସହ ଜଡ଼ିତ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ବିଶେଷଜ୍ଞଙ୍କଠାରୁ ତଥ୍ୟ ମଗା ଯାଇଥିଲା। ସମସ୍ତେ କହିଥିଲେ ଶାସ୍ତ୍ରୀୟ ମାନ୍ୟତା ପାଇବାକୁ ଓଡ଼ିଶୀ ସ˚ଗୀତ ସବୁ ସର୍ତ ପୂରଣ କରୁଛି। ଏତେ କଥା ହେଲା। ଅଥଚ ମାନ୍ୟତା ମିଳିଲା ନାହିଁ କି ମାନ୍ୟତା ନ ମିଳିବା ପଛର କାରଣ ବି ଖୋଜାଗଲା ନାହିଁ।

୨୦୧୪ ମେ ୨୫ରେ ପୁଣିଥରେ ବୈଠକ ବସିଲା। ମାତ୍ର ଗତ ୫ ବର୍ଷରେ ଆମେ କେତେ ଆଗେଇଛୁ ତାହାର ତର୍ଜମା ଏ ପର୍ଯ୍ୟନ୍ତ ହୋଇନାହିଁ। ଏ ନେଇ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ଡ. ସ˚ଗୀତା ଗୋସାଇଁ କହିଛନ୍ତି, କେନ୍ଦ୍ର ଆରମ୍ଭ ଦିନରୁ ଓଡ଼ିଶୀ ସ˚ଗୀତକୁ ନେଇ ୧୫୦ରୁ ଊର୍ଧ୍ବ ଆଲୋଚନାଚକ୍ର ହୋଇଛି। ଏହି ଆଧାରରେ ବହି ପ୍ରସ୍ତୁତ ହୋଇଛି। ଶାସ୍ତ୍ରୀୟ ମାନ୍ୟତା ପାଇଁ ଏକ ରିପୋର୍ଟ ଦିଲ୍ଲୀସ୍ଥିତ ସ˚ସ୍କୃତି ମନ୍ତ୍ରାଳୟକୁ ପୂର୍ବରୁ ପଠାଯାଇଛି। ମାତ୍ର ଅନେକ ଦିନ ବିତିଯାଇଥିବାରୁ ପୁନର୍ବାର ଗୁରୁ ରାମହରି ଦାସ, ଗଣେଶ ପ୍ରସାଦ ଦାସ, କୀର୍ତନ ନାରାୟଣ ପାଢ଼ୀ, ଚିତ୍ତର˚ଜନ ମଲିଆ, ରଘୁନାଥ ପଣ୍ତା ଓ ସ˚ଗୀତା ଗୋସାଇଁଙ୍କୁ ନେଇ ଏକ କମିଟି ବସି ଆଉ ଏକ ରିପୋର୍ଟ ପ୍ରସ୍ତୁତି କରିଛନ୍ତି। ଚଳିତ ବର୍ଷ ଅଗଷ୍ଟ କିମ୍ବା ସେପ୍ଟେମ୍ବର ମାସରେ ଏହି ରିପୋର୍ଟକୁ ଖୁବ୍‌ଶୀଘ୍ର ଏକ ରିମାଇଣ୍ତର ଭାବେ ପୁନଃ ସ˚ସ୍କୃତି ମନ୍ତ୍ରାଳୟକୁ ପଠାଯିବ।

ସମ୍ବନ୍ଧିତ ଖବର