ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଓଡ଼ିଶା ପାଇଁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଯଶ ଓ ଖ୍ୟାତି ଆଣିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶା ସରକାର ସମ୍ବର୍ଦ୍ଧିତ କରିଛନ୍ତି। ସମ୍ବର୍ଦ୍ଧନା ଉତ୍ସବର ପ୍ରାରମ୍ଭରେ ବହୁଭାଷୀ ଚଳଚ୍ଚିତ୍ର ଅଭିନେତା ପଦ୍ମଶ୍ରୀ ସାଧୁ ମେହେରଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ନିରବ ପ୍ରାର୍ଥନା କରଯାଇଥିଲା। ପ୍ରଥମ ଅଧିବେଶନରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଓ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଓଡ଼ିଶାର ସ୍ୱନାମଧନ୍ୟ ବ୍ୟକ୍ତିବିଶେଷ ସ୍ଥପତି ପଦ୍ମବିଭୂଷଣ ସୁଦର୍ଶନ ସାହୁ, ସୋନାଲ ମାନସିଂହ, ରମାକାନ୍ତ ରଥ, ରମାକାନ୍ତ ପଣ୍ଡା, ଯତୀନ ଦାସ, ଡ. ଯୋଗେଶ ପତି ଏବଂ ପଦ୍ମଶ୍ରୀ ସମ୍ମାନ ପାଇଥିବା ପ୍ରିୟମ୍ବଦା ମହାନ୍ତି ହେଜମାଦି, ତୁଳସୀ ମୁଣ୍ଡା, ଦିଲ୍ଲୀପ ତିର୍କୀ, ନଳିନୀ ରଞ୍ଜନ ମହାନ୍ତି, ଚତୁର୍ଭୁଜ ମେହେର, କୁମ୍‌କୁମ୍‌ ମହାନ୍ତି, ରବିନାରାୟଣ ବସ୍ତିଆ, ଶ୍ରୀନିବାସ ଉଦ୍‌ଗାତା, ଇଗନେସ ତିର୍କୀ, ମାୟାଧର ରାଉତ, କୈଳାସ ଚନ୍ଦ୍ର ମେହେର, ଡା. ତାରାପ୍ରସାଦ ଦାସ, ସୁଦର୍ଶନ ପଟ୍ଟନାୟକ, ଡା. ସୁବ୍ରତ ଆଚାର୍ଯ୍ୟ, ହଳଧର ନାଗ, ନୀଳମାଧବ ପଣ୍ଡା, ଡା. ମୁକୁଟ ମିଞ୍ଜ, ଡ. ଜିତେନ୍ଦ୍ର ହରିପାଲଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Advertisment

ଦ୍ୱିତୀୟ ଅଧିବେଶନରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ପାତ୍ର ଏବଂ ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପଦ୍ମଶ୍ରୀ ଅରୁଣା ମହାନ୍ତି, ଗୋବର୍ଦ୍ଧନ ପାଣିକ, ପ୍ରଭାକର ମହାରଣା, ଶିଶିର ପୁରୁଷୋତ୍ତମ ମିଶ୍ର, କମଳା ପୂଜାରୀ, ଦୈତାରି ନାଏକ, ଡ. ଦମୟନ୍ତୀ ବେସ୍ରା, ପଦ୍ମଶ୍ରୀ ସାବରମତୀ, ବଟକୃଷ୍ଣ ସାହୁ, ଉତ୍ସବ ଚରଣ ଦାସ, ମିତ୍ରଭାନୁ ଗୌନ୍ତିଆ, ପୂର୍ଣ୍ଣମାସୀ ଜାନୀ, ପ୍ରଫେସର କୃଷ୍ଣମୋହନ ପାଠୀ, ବାବା ବଳିଆ, ପ୍ରମୋଦ ଭଗତ, ପ୍ରଫେସର ଆଦିତ୍ୟ ପ୍ରସାଦ ଦାସ, ଡ. ଶ୍ୟାମାମଣି ଦେବୀ, ନରସିଂହ ପ୍ରସାଦ ଗୁରୁ, ମାଗୁଣି ଚରଣ କଅଁର, ପଟ୍ଟାୟତ ସାହୁ, ଅନ୍ତର୍ଯ୍ୟାମୀ ମିଶ୍ର, ଡ. କୃଷ୍ଣା ପଟେଲ, ମାଧବୀ ମୁଦଗଲ୍, କିରଣ ସାଇଗଲ, ରଞ୍ଜନା ଗୌହର ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏଥିସହ ସାହିତ୍ୟିକ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ, କବି ଡ. ଫନୀ ମହାନ୍ତି, ପାରମିତା ଶତପଥୀ ଓ ଡ. ପ୍ରଭାକର ସ୍ୱାଇଁଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

publive-image

ତୃତୀୟ ଅଧିବେଶନରେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏବଂ ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପଦ୍ମଶ୍ରୀ ଗୀତା ମହାଲିକ୍, ଡ. ଇଲିଆନା ସୀତାରିସ୍ତ, ରାମଲି ଇବ୍ରାହିମ୍, ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସ, ଲେଖକ ହରପ୍ରସାଦ ଦାସ, ସାହିତ୍ୟିକା ପ୍ରତିଭା ଶତପଥୀ, ଗାଳ୍ପିକ ଅଚ୍ୟୁତାନନ୍ଦ ପତି, ସାହିତ୍ୟିକ ପ୍ରଫେସର ମଧୁସୂଦନ ପତି, ନିର୍ଦ୍ଦେଶକ ସଚ୍ଚି ଦାସ, ଦାଶକାଠିଆ ଗାୟକ ଉପେନ୍ଦ୍ର ପାଣିଗ୍ରାହୀ, ନାଟ୍ୟକାର ଅନନ୍ତ ମହାପାତ୍ର, ଲେଖକ ଗୋପାଳ ପଣ୍ଡା, ପାଲାଗାୟକ ଜଗନ୍ନାଥ ବେହେରା, ସ୍ଥପତି ଶ୍ୟାମସୁନ୍ଦର ପଟ୍ଟନାୟକ, ଚିତ୍ରଶିଳ୍ପୀ ଜଗଦୀଶ ଚନ୍ଦ୍ର କାନୁନଗୋ, ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣା, ଚିତ୍ରଶିଳ୍ପୀ ମହେନ୍ଦ୍ର ପ୍ରସାଦ ମହାପାତ୍ର, ବଂଶୀଧର ପ୍ରତିହାରୀ, ଅଭିନେତା ତଥା ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ, ଅଭିନେତା ଉତ୍ତମ ମହାନ୍ତି, ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ସାହୁ ଓ ଅଭିନେତ୍ରୀ ମହାଶ୍ବେତା ରାୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଚତୁର୍ଥ ଅଧିବେଶନରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼େଇ ଗାଳ୍ପିକା ଯଶୋଧାରା ମିଶ୍ର, ଚଳଚ୍ଚିତ୍ର ନିର୍ଦ୍ଦେଶକ ଅପୂର୍ବ କିଶୋର ବୀର, ଅଭିନେତା ଶ୍ରୀରାମ ପଣ୍ଡା, କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ, ପ୍ରଯୋଜକ ତଥା ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ର, କବି ଡ. ରାଜେନ୍ଦ୍ର କିଶୋର ପଣ୍ଡା, ସୌଭାଗ୍ୟ କୁମାର ମିଶ୍ର, ସାହିତ୍ୟ ସମୀକ୍ଷକ ଡ. ପ୍ରଫୁଲ୍ଲ କୁମାର ମହାନ୍ତି, ଔପନ୍ୟାସିକ ଡ. ରାମଚନ୍ଦ୍ର ବେହେରା, କବି ଡ. ବଂଶୀଧର ଷଡ଼ଙ୍ଗୀ, ଗାଳ୍ପିକ ଡ. ଗୌରହରି ଦାସ, ଔପନ୍ୟାସିକ ଡ. ବିଭୂତି ପଟ୍ଟନାୟକ, ଗାଳ୍ପିକା ଗାୟତ୍ରୀ ସରାଫ୍, ଶିକ୍ଷାବିତ ଡ. ଦାଶରଥୀ ପ୍ରସାଦ ଦାଶ, ଗାଳ୍ପିକ ତରୁଣକାନ୍ତି ମିଶ୍ର, କବି ଡ. ହୃଷୀକେଶ ମଲ୍ଲିକ, ଡ. ଗାୟତ୍ରୀବାଳା ପଣ୍ଡା, ସାହିତ୍ୟିକ ଡ. ଆଶୁତୋଷ ପରିଡ଼ା, ଲକ୍ଷ୍ମୀକାନ୍ତ ତ୍ରିପାଠୀ ଓ ଦୀପକ ବୋଷ ଏବଂ ଡ. ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଓ ଆଦିତ୍ୟ ପ୍ରତାପ ଧଳ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସମ୍ବର୍ଦ୍ଧନା ଉତ୍ସବରେ ଉପସ୍ଥିତ ରହିପାରି ନଥିବା ବିଶିଷ୍ଟ ବ୍ୟକ୍ତିଙ୍କ ମାନପତ୍ର, ଉତ୍ତରୀୟ ଓ ଉପଢୌକନକୁ ପରିବାରସ୍ୱଜନଙ୍କୁ ହସ୍ତାନ୍ତର କରାଯାଇଥିଲା।

publive-image

ମାନବ ଜାତିର ବିସ୍ମୟକର ଉଦ୍ଭାବନ ହେଉଛି ଭାଷା
ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ଆମ ସମସ୍ତଙ୍କ ପାଇଁ ଏହା ଏକ ଉଲ୍ଲାସ ଦିନ, ପର୍ବର ଦିନ ଓ ଆନନ୍ଦର ଦିନ। ମାନବ ଜାତିର ବିସ୍ମୟକର ଉଦ୍ଭାବନ ହେଉଛି ଭାଷା। ହଜାର ହଜାର ବର୍ଷରେ ଭାଷାଟିଏ ଜନ୍ମ ନିଏ। କିନ୍ତୁ ଲିଖନ, ପଠନ ଓ ବ୍ୟବହାର ନ ହେଲେ, ଭାଷାଟିଏ ମରିଯାଏ। ମୁଖ୍ୟମନ୍ତ୍ରୀଙ୍କର ଏହି ସମ୍ମିଳନୀର ଆୟୋଜନ ଏ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହା ଭାଷାକୁ ଆହୁରି ପରିପୁଷ୍ଟ କରିବ।
ପ୍ରତିଭା ରାୟ, ଜ୍ଞାନପୀଠ ବିଜେତା ଔପନ୍ୟାସିକା

ମୋ ଜୀବନର ସବୁଠାରୁ ବଡ଼ ସମ୍ମାନ
ଓଡ଼ିଆ ଭାଷାର ପ୍ରସାର କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ବିଶିଷ୍ଟ ଭାଷାବିଜ୍ଞାନୀ ପଦ୍ମଶ୍ରୀ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ‘ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମାନ’ ପ୍ରଦାନ କରିଛନ୍ତି ସରକାର। ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଉଦଘାଟନୀ ପର୍ବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ପୁରସ୍କାର ବାବଦରେ ତାଙ୍କୁ ମାନପତ୍ର ସହ ୨୦ ଲକ୍ଷ ଟଙ୍କାର ଚେକ୍ ଦିଆଯାଇଥିଲା। ଏହି ଅବସର‌ରେ ଡ. ପଟ୍ଟନାୟକ କହିଛନ୍ତି, ‘‘ଏହା ମୋ’ ପାଇଁ ବଡ଼ ସମ୍ମାନ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସମ୍ମାନ। ନିଜ ମାଟିରେ ମତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ସମ୍ମାନ ପ୍ରଦାନ କରିଥିବାରୁ ମୁଁ ତାଙ୍କୁ କୃତଜ୍ଞତା ଜଣାଉଛି’’।
-ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ

ଓଡ଼ିଆ ଭାଷାର ଭବିଷ୍ୟତ ଉଜ୍ଜଳ
ଓଡ଼ିଆ ଭାଷାର ଭବିଷ୍ୟତ ଉଜ୍ଜଳ। ଭାଷା ସାହିତ୍ୟରେ କେବଳ ଆତ୍ମସନ୍ତୋଷ ନୁହେଁ, ପାଠକ ସୃଷ୍ଟି କରିବାର ମଧ୍ୟ ଆବଶ୍ୟକତା ରହିଛି। ଭାଷା ସମ୍ମିଳନୀ ଓଡ଼ିଆ ଭାଷା ସାହିତ୍ୟର ଅଭିବୃଦ୍ଧି ପାଇଁ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଏହାଦ୍ବାରା ଓଡ଼ିଆ ଭାଷା ଆହୁରି ଆଗକୁ ବଢ଼ିବ।
ସୀତାକାନ୍ତ ମହାପାତ୍ର, ବିଶିଷ୍ଟ ସାହିତ୍ୟିକ ଓ ଭାଷାବିତ୍‌

ପ୍ରଭୁ ଜଗନ୍ନାଥ ଓ ଓଡ଼ିଆ ଭାଷାକୁ ଭଲପାଏ
ମୁଁ ଓଡ଼ିଶାରେ ରହୁଛି। ଭାରତ ଭିତରେ ଓଡ଼ିଶା ମୋତେ ବହୁତ ଭଲ ଲାଗେ। ମୁଁ ପ୍ରଭୁ ଜଗନ୍ନାଥ ଓ ଓଡ଼ିଆ ଭାଷାକୁ ଭଲପାଏ ଏବଂ ଓଡ଼ିଆ ଭାଷାକୁ ବ୍ୟବହାର କରେ। ଓଡ଼ିଶା ସରକାର ଭାଷା ପାଇଁ ଭବ୍ୟ ଆୟୋଜନ କରିଥିବାରୁ ଧନ୍ୟବାଦ ଦେଉଛି।
ପ୍ରଫେସର ଆର୍ଲୋ ଗ୍ରୀଫିଥ୍ସ, ଦକ୍ଷିଣ-ପୂର୍ବ ଏସିଆ ଭାଷା ବି‌ଶେଷଜ୍ଞ