ଭୁବନେଶ୍ୱର: ଭାରତୀୟ ସେନାରେ କାର୍ଯ୍ୟ କରୁଥିବା ଓଡିଆ ଯବାନଙ୍କ ବିଶ୍ୱରେକର୍ଡ । ବୁଲେଟ ଉପରେ ୧୧ ଫୁଟ ସିଡି ଉପରେ ଓଲଟା ଚଢ଼ି ୧୨୮ କିଲୋମିଟର ଯାତ୍ରା କରି ବିରଳ ରେକର୍ଡ ସ୍ଥାପନ କରିଛନ୍ତି ଯାଜପୁର ବରୀ ବାଲିଆ ଗାଁର ସଂଗ୍ରାମ କେଶରୀ ଜେନା । ସଂଗ୍ରାମ ନିକଟରେ ଜବଲପୁର ଠାରେ ଆୟୋଜିତ ଏକ ସୋ ରେ ଏହି ରେକର୍ଡ ସ୍ଥାପନ କରି ଓଡିଶା ତଥା ଭାରତ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ସଂଗ୍ରାମ ବୁଲେଟ ଉପରେ ୧୧ ଫୁଟ ଉଚ୍ଚ ସିଡି ଉପରେ ଚଢ଼ି ଓଲଟା ଠିଆ ହୋଇ ୪ ଘଂଟା ୨୯ ମିନିଟ୍ ୪୫ ସେକେଣ୍ଡ ରହି ୧୨୮ କିଲୋମିଟର ପରିକ୍ରମା କରିଥିଲେ ।
/sambad/media/post_attachments/wp-content/uploads/2019/12/Screen-Shot-2019-12-03-at-6.13.12-PM-1024x943.png)
ପୂର୍ବରୁ ବିଏସଏଫ ଯବାନ ଅବଦେଶ ସିଂ ୬୮ କିଲୋମିଟର ଯାତ୍ରା କରି ଏହି ରେକର୍ଡ ପ୍ରତିଷ୍ଠା କରିଥିଲେ । ସଂଗ୍ରାମଙ୍କ ଏହି ସାହସିକତା ରେକର୍ଡ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି ।
ସଂଗ୍ରାମ ଏଭଳି ଏକ ବିରଳ ରେକର୍ଡ ପ୍ରତିଷ୍ଠା କରିବା ପରେ ନିଜ ସହକର୍ମୀଙ୍କ ଠାରୁ ଆରମ୍ଭ କରି ଦେଶ ବିଦେଶରୁ ଅନେକ ଶୁଭେଚ୍ଛା ପହଂଚିବାରେ ଲାଗିଛି । ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବା ଘଟଣା ସମଗ୍ର ଓଡିଆମାନଙ୍କୁ ଗର୍ବିତ କରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/Screen-Shot-2019-12-03-at-6.16.18-PM.png)