ବାରିପଦା : ଜିଲ୍ଲାସ୍ତରୀୟ ବିଶ୍ୱ ରେଡକ୍ରସ୍ ଦିବସ ପାଳିତ

ବାରିପଦା : ଜିଲ୍ଲା ଜରୁରୀକାଳୀନ ବିଭାଗ ପରିସରରେ ଜିଲ୍ଲାସ୍ତରୀୟ ବିଶ୍ୱ ରେଡକ୍ରସ୍ ଦିବସ ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି। ଜିଲ୍ଲା ରେଡକ୍ରସ୍‌ର ସଂପାଦକ ତଥା ଜରୁରୀକାଳୀନ ଅଧିକାରୀ ସୁଜୟ କୁମାର ପତି ରେଡକ୍ରସ୍‌ର ପ୍ରତିଷ୍ଠାତା ସାର୍ ଜନ ହେନେରୀ ଡୁନାଣ୍ଟଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ବିପର୍ଯ୍ୟୟ, ସ୍ବାସ୍ଥ୍ୟ ତଥା ମହାମାରୀ ସମୟରେ ରେଡକ୍ରସ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଗୁରୁତ୍ୱାରୋପ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ରେଡକ୍ରସ୍‌ର ଆଜୀବନ ସଦସ୍ୟ ଅମର କୁମାର ସେଠୀ, ସୁଭାଷ ସାହୁ, ଦୀପକ କୁମାର ମିଶ୍ର, ବିମ୍ବାଧର ସାହୁ, ଭାସ୍ୱତୀ ବାରିକ, ଅସିମ ଚକ୍ରବର୍ତ୍ତୀ, ରବୀନ୍ଦ୍ରନାଥ ଦାଶ, ବଳରାମ ନାଥ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର