ବ୍ରହ୍ମପୁର: ଏଣିକି ସହରରେ ରାସ୍ତାକଡରେ ଆଉ ଭଙ୍ଗାରୁଜା ଇଟାପଥର ଦେଖିବାକୁ ମିଳିବ ନାହିଁ। ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ମହୁଡ଼ା ଠାରେ ନିର୍ମାଣକାର୍ଯ୍ୟ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ଲାଣ୍ଟ (କନ୍ଷ୍ଟ୍ରକସନ୍ ଆଣ୍ଡ ଡିମୋଲିସନ୍ ୱେଷ୍ଟ ରିସାଇକେଲ୍ ପ୍ଲାଣ୍ଟ)ର ପ୍ରତିଷ୍ଠା ହୋଇଛି। ସହରର ସମସ୍ତ ଗଳିକନ୍ଦିରେ ନିର୍ମାଣାଧୀନ କୋଠାବାଡ଼ିର ବର୍ଜ୍ୟବସ୍ତୁ ଏବଂ ଭଙ୍ଗାଯାଇଥିବା କୋଠାବାଡ଼ିର ଅବଶେଷ ଗୁଡ଼ିକ ଏଣେତେଣେ ପଡ଼ି ରହି ପରିବେଶ ପ୍ରଦୂଷିତ ହେଉଛି। ଏଗୁଡ଼ିକୁ ସଂଗ୍ରହକରି ମହୁଡ଼ା ଠାରେ ସ୍ଥାପନ ହୋଇଥିବା ସି ଆଣ୍ଡ ଡି ରିସାଇକେଲ୍ ପ୍ଲାଣ୍ଟରେ ବିନିଯୋଗ କରାଯିବ। ସେଥିରୁ ବାଲି, ଗୋଡ଼ି ଆଦିକୁ ପୃଥକ କରାଯାଇ କରି ପୁନଃ ବ୍ୟବହାର ଉପଯୋଗୀ କରାଯିବ। ଏହି ପ୍ରକଳ୍ପ ପାଇଁ ୨୬ଲକ୍ଷଟଙ୍କା ବ୍ୟୟ ହୋଇଥିବା ସୂଚନା ମିଳିଛି। ଆଜି ବିଶ୍ବ ଶୌଚାଳୟ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗ ଦେଇ ଏହାର ଶୁଭ ଉଦ୍ଘାଟନ କରିଛନ୍ତି। ଏଥିସହ ବିଏମ୍ଏସି ପକ୍ଷରୁ ଏହି ପ୍ଲାଣ୍ଟର ପରିଚାଳନା ଦାୟିତ୍ବ ଏକ ଘରୋଇ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି।
/sambad/media/post_attachments/wp-content/uploads/2020/11/berhampur-300x225.jpg)
ଚଳିତବର୍ଷ ପ୍ରଥମ କରି ବିଏମ୍ସି ପକ୍ଷରୁ ଏହି ଦିବସ ପାଳନ କରାଯାଇଛି। ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ନିଗମ ପକ୍ଷରୁ ବର୍ଷକୁ କୋଟି କୋଟି ଟଙ୍କା ଅର୍ଥ ବ୍ୟୟକରାଯାଉଛି। ଏହାକୁ ଆହୁରି ବ୍ୟାପକ କରିବା ପାଇଁ ନିଗମ ପକ୍ଷରୁ ଜନସଚେତନତା ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। ସ˚ପ୍ରତି ବିଏମସିରେ ୬୩ଟି ଗୋଷ୍ଠୀ ଶୌଚାଳୟ ଥିବା ବେଳେ ଆଜି ଗୋଲା ରଘୁନାଥପୁରଠାରେ ଆଉ ଦୁଇଟି ଗୋଷ୍ଠୀ ଶୌଚାଳୟ ସ୍ଥାପନ ପାଇଁ ଶୁଭ ଦିଆଯାଇଛି। ଏଥିପାଇଁ ୨୮ଲକ୍ଷ ଟଙ୍କା ବ୍ୟୟଅଟକଳ ହୋଇଥିବା ବେଳେ ନିର୍ଦ୍ଧାରିତ ସମୟସୀମା ମଧୢରେ କାମ ଶେଷ କରିବାକୁ ଅତିଥିମାନେ ପରାମର୍ଶ ଦେଇଛନ୍ତି। ସମ୍ପୂର୍ଣ୍ଣ ମହାନଗର ନିଗମ ଅଂଚଳକୁ ବାହ୍ୟମଳମୁକ୍ତ କରିବା ପାଇଁ ବିଏମ୍ସି ପକ୍ଷରୁ ପ୍ରୟାସ ଜାରି ରହିଛି। ବିଏମ୍ସି ପକ୍ଷରୁ କମିସନର ସିଦ୍ଧେଶ୍ବର ବଳିରାମ ବୋନ୍ଦାରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଅତିଥି ଭାବେ ବିଧାୟକ ଏବଂ ସା˚ସଦ ଯୋଗ ଦେଇଥିଲେ। ଡେପୁଟି କମିସନର ରୋମାଞ୍ଚଳ ଖମାରୀ ପରିଚାଳନା କରିଥିବା ବେଳେ ନିଗମର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/berhmapur4.jpg)