ଭୁବନେଶ୍ୱର: ଓଡ଼ିଆ ଖାଦ୍ୟର ବହୁଳ ପ୍ରସାର ଓ ସଂସ୍କୃତିର ପ୍ରଚାର ଦିଗରେ ଅନେକଗୁଡ଼ିଏ ପଦକ୍ଷେପ ନିଆଯାଉଛି। ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏହା କହିଛନ୍ତି। ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ୱାରା ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଏକ ସୁପର ବାଇକ ରାଲିର ଆୟୋଜନକୁ ଶୁଭାରମ୍ଭ କରିବା ଅବସରରେ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ, ପର୍ଯ୍ୟଟନ ବିଭାଗ ତରଫରୁ ଗ୍ରହଣ କରାଯାଇଥବା ନୂତନ ପଦକ୍ଷେପ ଓ ଯୋଜନା, ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀର ବିକାଶ ତଥା ପ୍ରଚାର ପ୍ରସାର ନିମନ୍ତେ ସାହାଯ୍ୟ କରିବ। ପର୍ଯ୍ୟଟକମାନଙ୍କର ସ୍ୱାସ୍ଥ୍ୟ ଓ ସୁରକ୍ଷା ସହ ପର୍ଯ୍ୟଟନର ପୁନରୁଦ୍ଧାର ଉପରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଗୁରୁତ୍ୱାରୋପ କରିଥଲୋ ନୂତନ ଭାବରେ ଆୟୋଜିତ କରାଯାଇଥବା ‘ଓଡ଼ିଶା ସଡ଼କ ପଥରେ’ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି କହିଥିଲୋ
ବାଇକ୍ ରାଲି ଇନ୍ଫୋସିଟି ପରିସରରୁ ବାହାରି ୨୫ କିମି ଦୂରସ୍ଥିତ ଧଉଳି ଶାନ୍ତିସ୍ତୁପ ଠାରେ ଶେଷ ହୋଇଥଲାା ଏଥରେ ୯ଟି ସୁପର ବାଇକ୍ ଗ୍ରୁପର ୮୦ ଜଣ ସଦସ୍ୟ ଅଂଶଗ୍ରହଣ କରିଥଲୋ ବିଶ୍ୱ ପର୍ଯ୍ୟଟନ ଦିବସର ବାର୍ତ୍ତା ନେଇ ଯାଇଥବା ଏହି ରାଲିକୁ ଧଉଳି ଶାନ୍ତିସ୍ତୁପ ଠାରେ ଭବ୍ୟ ସ୍ୱାଗତ କରାଯାଇଥଲାା
ଧଉଳି ଠାରେ ଆୟୋଜିତ ସମାପନ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଦତ୍ତ ବାର୍ତ୍ତା ପ୍ରଦାନ କରାଯାଇଥଲାା ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ପର୍ଯ୍ୟଟନର ଦ୍ୱାର ଉନ୍ମୁକ୍ତ ହେବା ଓ ସମସ୍ତଙ୍କୁ ଓଡ଼ିଶା ଭ୍ରମଣ କରିବା ପାଇଁ ସ୍ୱାଗତ ଜଣାଇଥଲୋ କୋଭିଡ୍-୧୯କୁ ଦୃଷ୍ଟିରେ ରଖ ଓଡ଼ିଶା ସରକାର ପର୍ଯ୍ୟଟକମାନଙ୍କ ନିମନ୍ତେ ସମସ୍ତ ପ୍ରକାରର ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରତି ଜରୁରୀ ପଦକ୍ଷେପ ଗ୍ରହଣ କରାଯାଇଥବା ସେ ତାଙ୍କ ବାର୍ତ୍ତାରେ କହିଥଲୋ
‘ଓଡ଼ିଶା ସଡ଼କ ପଥରେ’ ଏଭଳି ଏକ ଅଭିନବ ପର୍ଯ୍ୟଟନ ଅଭିଯାନ କଳିଙ୍ଗ ମୋଟର ବାଇକ୍ ଚାଳକ ଓ ସୁପର ବାଇକ୍ ରାଲି ମାଧ୍ୟମରେ ଆରମ୍ଭ କରାଯାଇଛି ଯାହାଦ୍ୱାରା ଓଡ଼ିଶାର ରୋଡ୍ ନେଟ୍ୱାର୍କର ସଦୁପଯୋଗ କରି ପର୍ଯ୍ୟଟକମାନେ ବିଭିନ୍ନ ପ୍ରାକୃତିକ ତଥା ପର୍ଯ୍ୟଟନ ସ୍ଥଳୀର ଉପଭୋଗ କରିପାରିବୋ ଏଥ ନିମନ୍ତେ ଓଡ଼ିଶା ପର୍ଯ୍ୟଟନ ନିଗମ ଦ୍ୱାରା ପରିଚାଳିତ ହୋଟେଲ୍ ତଥା ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ଭ୍ରମଣ କରିବା ପାଇଁ ବ୍ୟବସ୍ଥା କରାଯାଇଛିା ଏହି ସଡ଼କ ପଥ ଭ୍ରମଣ ଦ୍ୱାରା ସ୍ଥାନୀୟ ଅଞ୍ଚଳର ବିକାଶ ସହ ଆମର ଅର୍ଥନୀତିର ବିକାଶ ଦିଗରେ ସହାୟକ ହେବା ପୁନଶ୍ଚ, ଏହି ସଡ଼କ ପଥ ଅଭିଯାନ ମାଧ୍ୟମରେ ଓଡ଼ିଶା ପର୍ଯ୍ୟଟନ ନିଗମ ବଣଭୋଜି’ ନାମରେ ଏକ ପର୍ଯ୍ୟଟନ ପ୍ୟାକେଜ୍ ପର୍ଯ୍ୟଟକମାନଙ୍କ ଭ୍ରମଣର ସୁବ୍ୟବସ୍ଥା ନିମନ୍ତେ ଆରମ୍ଭ କରିଛନ୍ତିା