ପୁରୀ : ପୁରୀର ରଘୁରାଜପୁରରେ ରହିଛି ବିଶ୍ବର ସର୍ବବୃହତ୍ ତାଳପତ୍ର ଖୋଦେଇ କଳା । ୧୦ ଫୁଟ ଲମ୍ବ ଓ ୪ଫୁଟ ଚଉଡ଼ାର ଏହି ତାଳପତ୍ର କାରୁକାର୍ଯ୍ୟରେ କୃଷ୍ଣଲୀଳା ବର୍ଣ୍ଣିତ ହୋଇଛି। ବିଶ୍ବର ସର୍ବବୃହତ୍ ତାଳପତ୍ର ଖୋଦେଇ କଳା ପ୍ରସ୍ତୁତ କରି ଏଭଳି ଏକ ବିସ୍ମୟ ଭେଟି ଦେଇଛନ୍ତି ପଟ୍ଟଚିତ୍ର ଶିଳ୍ପୀ ଲକ୍ଷ୍ମୀଧର ସୁବୁଦ୍ଧି। ତେବେ, ନିଜର ଚିକିତ୍ସା ପାଇଁ ସେ ଏହି କଳାକୃତିକୁ ବିକିବାକୁ ଯାଉଛନ୍ତି। ପରିସ୍ଥିତି ତାଙ୍କୁ ଏହା କରିବାକୁ ବାଧ୍ୟ କରୁଛି ବୋଲି ଛଳଛଳ ଆଖିରେ କହିଛନ୍ତି ଲକ୍ଷ୍ମୀଧର।
ଲକ୍ଷ୍ମୀଧରଙ୍କ କହିବା ମୁତାବକ, କେବଳ କିଛି ନିଆରା କରିବାର ଝୁଙ୍କ୍ ହିଁ ଏହି ଅପରିକଳ୍ପିତ କଳାକୁ ବାସ୍ତବ ରୂପ ଦେଇପାରିଛି। ଏଥିପାଇଁ ସେ ୧ହଜାରରୁ ଅଧିକ ତାଳପତ୍ର ବ୍ୟବହାର କରିଛନ୍ତି। ଏହାକୁ ତିଆରି କରିବା ପାଇଁ ତାଙ୍କୁ ୮ମାସ ଲାଗିଛି। ଏହି ତାଳପତ୍ର କଳାକୃତିରେ ୩ଶହରୁ ଅଧିକ ଚିତ୍ରରେ ଦେବକୀ ବସୁଦେବଙ୍କ ବନ୍ଦୀଶାଳା ଜୀବନ, ବିଜୁଳି କନ୍ୟା ଗାଥା, କୃଷ୍ଣ ଜନ୍ମ, ଗୋପପୁରରେ ବଦଳ କନ୍ୟା, କୃଷ୍ଣଙ୍କୁ ଛଳନା କରି ମାରିବା ପାଇଁ ପୁତନା ରାକ୍ଷସୀର ଉଦ୍ୟମ, ବସ୍ତ୍ରହରଣ, କାଳୀୟ ଦଳନ, ରାସଲୀଳା, ମାନଭଞ୍ଜନଠୁ ନେଇ କଂସ ବଧ ପର୍ଯ୍ୟନ୍ତ ବର୍ଣ୍ଣନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/tttt.jpg)