ବିଶ୍ବର କ୍ଷୁଦ୍ରତମ ଗଣେଶ!

କେନ୍ଦ୍ରାପଡ଼ା : ବିଶ୍ବର କ୍ଷୁଦ୍ରତମ ଗଣେଶ ମୂର୍ତ୍ତି ତିଆରି କରି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ହରିଅଙ୍କ ଗ୍ରାମର ଯୁବକ ସ୍ବାଧୀନ ମଲ୍ଲିକ ଚର୍ଚ୍ଚାକୁ ଆସିଛନ୍ତି। ସ୍ବାଧୀନ ଭୁବନେଶ୍ବରସ୍ଥିତ ବିଭୂତି କାନୁନଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଆପ୍ଲାଏଡ ଆର୍ଟ ବିଭାଗର ଚତୁର୍ଥ ବର୍ଷର ଛାତ୍ର। ସେ ୧ ଇଞ୍ଚରୁ କମ୍, ଅଧା ଇଞ୍ଚରୁ ଅଧିକ ଏକ ଗଣେଶ ମୂର୍ତ୍ତି ଗଢିଛନ୍ତି। ଏପରି କ୍ଷୁଦ୍ର ଓ ସୂକ୍ଷ୍ମ କାରିଗରିର ମୂର୍ତ୍ତି ତିଆରି କରିବାକୁ ତାଙ୍କୁ ଦୀର୍ଘ ୧୨ଘଣ୍ଟା ସମୟ ଲାଗିଥିଲା ବୋଲି ସ୍ବାଧୀନ କହିଛନ୍ତି। ଏହା ବିଶ୍ବର କ୍ଷୁଦ୍ରତମ ଗଣେଶ ବୋଲି ସ୍ବାଧୀନ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର