ମଧ୍ୟାହ୍ଣ ଭୋଜନରେ ପୋକ ମିଳିବା ପରେ ସ୍କୁଲରେ ତାଲା ପକାଇଲେ ଅଭିଭାବକ

ବ୍ରହ୍ମପୁର: ବିଦ୍ୟାଳୟରେ ଦିଆଯାଉଥିବା ମଧ୍ୟାହ୍ଣ ଭୋଜନରେ ବୁଧବାର ପୋକ ମିଳିଛି। ଏମିତି ଅଭିଯୋଗ ହେବା ପରେ ଛାତ୍ରଛାତ୍ରୀଙ୍କର ଅଭିଭାବକମାନେ ବିଦ୍ୟାଳୟରେ ତାଲା ପକାଇ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାର ଖଲିକୋଟ ବ୍ଲକ ଭିକପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଏହି ଘଟଣା ଦେଖିବାକୁ ମିଳିଛି।

ସ୍କୁଲରେ ତାଲା ପକାଇବା ପରେ ସ୍ଥାନୀୟ ଲୋକେ ଓ ଅଭିଭାବକମାନେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋପାଳ ଚନ୍ଦ୍ର ବେହେରାଙ୍କୁ ଘେରାଉ କରିଛନ୍ତି। ଅଭିଭାବକମାନେ ବିରକ୍ତ ହେବାର ମୁଖ୍ୟ କାରଣ ହେଲା ଯେ, ପୂର୍ବରୁ ମଧ୍ୟ ସମାନ ପ୍ରକାରର ଘଟଣା ଘଟିଛି। ସେମାନଙ୍କ ଅଭିଯୋଗ ଅନୁସାରେ ପୂର୍ବରୁ ଚେତାବନୀ ଦିଆଯାଇଥିଲେ ମଧ୍ୟ ମଧ୍ୟାହ୍ଣ ଭୋଜନରେ ସୁବ୍ୟବସ୍ଥା ପାଇଁ କର୍ତ୍ତୃପକ୍ଷ ଠିକ୍‌ ଭାବେ ଦାୟିତ୍ୱ ତୁଲାଉ ନାହାନ୍ତି।

ସ୍ଥାନୀୟ ଲୋକେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋପାଳ ଚନ୍ଦ୍ର ବେହେରାଙ୍କୁ ସ୍କୁଲରୁ ବହିଷ୍କାର କରିବା ପାଇଁ ଦାବି କରିଛନ୍ତି। ଇତି ମଧ୍ୟରେ ବିଦ୍ୟାଳୟ ପରିସର ମଧ୍ୟରେ ପୁଲିସ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର