ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ଜଗନ୍ନାଥପୁର ସରକାରୀ ଉଚ୍ଚ ବିଦ୍ୟାଳୟକୁ ଅଚାନକ ଜଗନ୍ନାଥପୁର ସରପଞ୍ଚ ସୁଶାନ୍ତ କୁମାର ନାୟକଙ୍କ ସମେତ ସମିତି ସଭ୍ୟା ଓ ପଞ୍ଚାୟତର ୱାର୍ଡ ସଭ୍ୟ ସଭ୍ୟାମାନେ ଯାଇଥିଲେ।

Advertisment

ସେଠାରେ ମଧ୍ୟାହ୍ନ ଭୋଜନ ଚାଉଳରେ ପୋକ ସାଲୁବାଲୁ ଦେଖିବାକୁ ପାଇଥିଲେ। ଏହାପରେ ଦୁଇଟି ଘରେ ମହଜୁଦ ଥିବା ଚାଉଳ  ବୁଲି ଦେଖିଥିଲେ। ପ୍ରତ୍ୟେକ ଦିନ  କିଭଳି ପିଲାମାନଙ୍କୁ ଏହି ପୋକରା ଚାଉଳ ଦିଆଯାଇଛି ବୋଲି ସ୍କୁଲ ପ୍ରଧାନ ଶିକ୍ଷକ ଗଗନ କୁମାର ସାହୁ ସରପଞ୍ଚ ଓ ୱାର୍ଡ ସଭ୍ୟ ସଭ୍ୟା ପଚାରିଥିଲେ ଚାଉଳକୁ ରୋଷେଇ ନ କରିବାକୁ ପରାମର୍ଶ ଦେଇଥିଲେ।

ଏହାପରେ ପ୍ରତ୍ୟେକ ଦିନ ସ୍କୁଲ ପିଲାମାନଙ୍କ ପାଇଁ ରନ୍ଧା ଯାଉଥିବା ମଧ୍ୟାହ୍ନ ଭୋଜନର  ହିସାବ ଜାଣିବାକୁ ଚାହିଁଥିଲେ।  କିନ୍ତୁ ପ୍ରଧାନ ଶିକ୍ଷକ କାଗଜପତ୍ରରେ ସଠିକ୍ ହିସାବ ଦେଇ ପାରି ନଥିଲେ।

ଅଧିକ ପଢ଼ନ୍ତୁ: ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଆହୁରି ସରଳୀକରଣ ହୋଇଛି: ଯୋଗାଣମନ୍ତ୍ରୀ

ଚାଉଳ ଅନେକ ଦିନ ରହିଯାଇଥିବାରୁ ପୋକ ଲାଗିଯାଇଛି ବୋଲି ସ୍କୁଲ ପ୍ରଧାନ ଶିକ୍ଷକ ଗଗନ କୁମାର ସାହୁ କହିଛନ୍ତି। ଏ ସମ୍ପର୍କରେ ସରପଞ୍ଚ ଓ ୱାର୍ଡ ସଭ୍ୟ ସଭ୍ୟାମାନେ ଜିଲ୍ଲାପାଳ,ଜିଲ୍ଲା ଶିକ୍ଷା ଅଧିକାରୀ, ମଣ୍ଡଳ ଶିକ୍ଷା ଅଧିକାରୀ ଓ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଏ ସମ୍ପର୍କରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀ ୧୫ ଦିନ ସମୟ ମାଗିଥିବା ବେଳେ ଗୁରୁବାର ସ୍କୁଲ ଗେଟ ନିକଟରେ ମହାତ୍ମାଗାନ୍ଧୀଙ୍କ ଫଟୋ ରଖି ଧାରଣାରେ ବସିଛନ୍ତି।  

ସରପଞ୍ଚ ସୁଶାନ୍ତ କୁମାର ନାୟକ ଙ୍କ ସମେତ ପଞ୍ଚାୟତ ୱାର୍ଡ ସଭ୍ୟ ସଭ୍ୟା ଓ ଅଭିଭାବକ ଏଥିରେ ସାମିଲ ଅଛନ୍ତି। ତୁରନ୍ତ ଏହାର  ସମାଧାନ କରିବା ସହିତ ଦାଇତ୍ବରେ ଥିବା ପ୍ରଧାନ ଶିକ୍ଷକ ଗଗନ କୁମାର ସାହୁ ଙ୍କୁ ବଦଳି ପାଇଁ ସମସ୍ତେ ଦାବି କରିଛନ୍ତି। ମଧ୍ୟାହ୍ନ ଭୋଜନ ହେରଫେରର ସମସ୍ତ ହିସାବ ଦେବା ପାଇଁ  ଦାବି କରାଯାଇଛି।

ଅଧିକ ପଢ଼ନ୍ତୁ: ସଡ଼କ ଦୁର୍ଘଟଣାରେ ଇଞ୍ଜିନିୟର ମୃତ

Jagatsinghpur