ଅଘଟଣ ଏଡ଼ାଇବାକୁ ମେଡିକାଲ କଲେଜରେ ପୂଜାପାଠ

ବଲାଙ୍ଗୀର : ବାର ବାର ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଅଘଟଣ ଘଟୁଥିବାରୁ ବୁଧବାର କଲେଜ କର୍ତ୍ତୃପକ୍ଷ ପୂଜାପାଠ କରାଇଛନ୍ତି। କଲେଜରେ ଶାନ୍ତିପ୍ରତିଷ୍ଠା ପାଇଁ ପୂଜାପାଠ ଓ ହୋମଯଜ୍ଞ କରାଯାଇଛି। କଲେଜ ଆରମ୍ଭ ଦିନରୁ ଦୁଇ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣା ଏବଂ ନିକଟରେ ଜଣେ ଛାତ୍ର ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସେହିପରି ଆଉ ଜଣେ ଛାତ୍ର ଦେହ ଅସୁସ୍ଥ ହୋଇ ଘରକୁ ଯିବା ପରେ ତାଙ୍କ ମୃତ୍ୟୁ ଘଟିଥିଲା। ଏଣୁ କଲେଜ କର୍ତ୍ତୃପକ୍ଷ ଭଗବାନଙ୍କ ଶରଣକୁ ଯାଇଥିବା କହାଯାଉଛି। କଲେଜ ଡିନ୍‌ ଡା. ସବିତା ମହାପାତ୍ର ମଧ୍ୟ କହିଛନ୍ତି, କଲେଜରେ ଶାନ୍ତିପ୍ରତିଷ୍ଠା ପାଇଁ ପୂଜାପାଠ ଓ ହୋମଯଜ୍ଞ କରାଯାଇଥିଲା।

ସମ୍ବନ୍ଧିତ ଖବର