ରାଇରଙ୍ଗପୁର/ବାଦାମପାହାଡ଼: ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ। ତାଙ୍କ ବିଜୟ ପାଇଁ ବାପଘର ଗ୍ରାମ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପରବେଡ଼ା ଗ୍ରାମବାସୀ ଜାହିରାରେ ପୂଜାର୍ଚ୍ଚନା କରିଛନ୍ତି।
ସାନ୍ତାଳ ପରମ୍ପରା ଅନୁସାରେ ବିଶ୍ବାସ ରହିଛି ଯେ ଜାହିରାରେ ପୂଜାର୍ଚ୍ଚନା କରି ଯାହା ମାନସିକ କରାଯାଏ, ତାହା ପୂରଣ ହୁଏ। ନାଇକେ ବାବା ଜାହିରାରେ ପୂଜାର୍ଚ୍ଚନା କରିଥିବା ବେଳେ ଗ୍ରାମବାସୀ ଢୋଲ ଓ ମାଦଳ ବଜାଇ ନୃତ୍ୟ କରିଥିଲେ। ଫଳରେ ଗ୍ରାମରେ ଉତ୍ସବମୟ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/13-9.jpg)