ଉପଖଣ୍ଡରେ ଜଂଘା ବଡ଼ଦେଓଙ୍କ ପୂଜୋତ୍ସବ

ବଣାଇଁଗଡ଼: ବଣାଇଁ ବ୍ଲକ୍‌ ଅନ୍ତର୍ଗତ ସରସରା ଗ୍ରାମ ଠାରେ ଷଡ଼ବଂଶୀ ଗୋଁଣ୍ଡ ସମାଜ ଆଞ୍ଚଳିକ ପକ୍ଷରୁ ଜଂଘା ବଡ଼ଦେଓଙ୍କ ପୂଜାଜୋତ୍ସବ ଅନୁଷ୍ଠିତ ହୋଇଛି। ପ୍ରାରମ୍ଭରେ ଜଂଘା ମନ୍ଦିର ପ୍ରାଙ୍ଗଣରେ ପୂଜକ ଅରୁଣ ଭୋଇ ଜଂଘା ବଡ଼ଦେଓଙ୍କୁ ପୂଜାର୍ଚ୍ଚନା କରିବା ପରେ ଭକ୍ତମାନେ କାନ୍ଧରେ ବୋହି ଗାଁ ପରିକ୍ରମା କରିଥିଲେ। ଏଥିରେ ଭକ୍ତ ଓ ମହିଳାମାନେ ଗାଁର ପୋଖରୀରୁ ଜଳପୂର୍ଣ୍ଣ କଳସ ମୁଣ୍ଡରେ ଧରି ଜଂଘା ବଡ଼ଦେଓଙ୍କ ମନ୍ଦିରକୁ ଆଣି ଜଳଲାଗି କରିଥିଲେ। କାର୍ଯ୍ୟକ୍ରମକୁ ସରସରା ଅଞ୍ଚଳିକ କମିଟିର ସଭାପତି ଅଲେଖ ଚନ୍ଦ୍ର ଚାର୍ଡିଆ, ସମ୍ପାଦକ ଭୀମସେନ, କୋଷାଧ୍ୟକ୍ଷ ରବୀନ୍ଦ୍ର ପ୍ରଧାନ, ଖଗେଶ୍ୱର ସିଂ ଦଣ୍ଡପାଟ, କମଳ ନାୟକ, ବୀର ବିଚିତ୍ରସେନ ନାୟକ, ଗଙ୍ଗାଧର ଅଟି, ରଥାଙ୍ଗ ବଡ଼ନାୟକ, ସତ୍ୟବ୍ରତ ବଡ଼ନାୟକ, ଲଛମନ ନାୟକ, ଗଧାଦର ନାୟକ, କ୍ଷମାକର ଅଟି, ସାଗର ଅଟି, ବାବୁଲି ଅଟି ପ୍ରମୁଖ ପୂଜାକାର୍ଯ୍ୟ ପରିଚାଳାନାରେ ସହାୟତା କରିଥିଲେ।

ସେହିପରି ଲହୁଣିପଡ଼ା ବ୍ଲକ୍‌ ବଡ଼ ପୁରୁଣାପାଣି ପଞ୍ଚାୟତ ଅନ୍ତର୍ଗତ ଜୁନିଆନି ଗ୍ରାମରେ ଶାମ୍ବ ଦଶମୀ ତିଥିରେ ଷୋଡ଼ବଂଶୀ କ୍ଷତ୍ରିୟ ଗୋଣ୍ଡ ସାଂସ୍କୃତିକ ସମାଜ ପକ୍ଷରୁ ପ୍ରଭୁ ଜଙ୍ଘା ବଡଦେଓ ଙ୍କର ବାର୍ଷିକ ପୂଜା ଉତ୍ସବ ଧୁମଧାମରେ ଅନୁଷ୍ଠିତ ହୋଇଛି। ସର୍ବପ୍ରଥମେ ଶତାଧିକ ମାଆ ଭଉଣୀଙ୍କ କଳସ ଶୋଭାଯାତ୍ରା ଅନୁଷ୍ଠିତ ହେଲାପରେ ପୂଜକ ରତ୍ନାକର ନାଏକ, ସହ ପୂଜକ ଅଜିତ ମାଝୀ, ବାସୁଦେବ ନାଏକଙ୍କ ଦ୍ଵାରା ପାରମ୍ପରିକ ରୀତିନୀତି ଅନୁଯାଇ ଷୋଡ଼ଶ ଉପଚାରରେ ପ୍ରଭୁ ଜଂଘା ବଡ଼ଦେଓଙ୍କର ପୂଜାର୍ଚନା ହୋଇଥିଲା। ପ୍ରଭୁଙ୍କ ପୂଜାର୍ଚନାର ପୂର୍ଣ୍ଣାହୂତି ପରେ ସନ୍ଧ୍ୟାରେ ଏକ ଧର୍ମସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ସମାଜସେବୀ ଶାନ୍ତନୁ କୁସୁମ ଯୋଗଦେଇ ପ୍ରଭୁ ଜଂଘା ବଡ଼ଦେଓ ଙ୍କର ମାହାତ୍ମ୍ୟ ଓ ଅଲୌକିକତା ସମ୍ୱନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ। ପ୍ରଭୁଙ୍କର ଏହି ବାର୍ଷିକ ପୂଜା ଉତ୍ସବରେ ଜୁନିଆନି ସମେତ ବରଘାଟ, ସମରଦରି, ଗୁଡ଼ିଆଳି ଓ ରାଜାମୁଣ୍ଡା ଆଦି ପାଞ୍ଚୋଟି ଗ୍ରାମର ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ତ୍ରିଲୋଚନ ମାଝୀଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ରୁଣୁବାଲା ନାଏକ, ଡିଲେଶ୍ଵର ନାଏକ, ସମ୍ପଦ ନାଏକ, ବାଣେଶ୍ୱର କଲୋ, ଘାଷିଆ ନାଏକ, ମୁକେଶ ମାଝୀ, ରଞ୍ଜିତା ଦଳେଇ, ବୀଣାପାଣି ମାଝୀ, ରଞ୍ଜିତା କାଲୋ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରି ସହାୟତା କରିଥିଲେ।

ସମ୍ବନ୍ଧିତ ଖବର