ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କୁ ପ୍ରଦାନ କରାଯିବ ‘କଳିଙ୍ଗ ସାହିତ୍ୟ ସମ୍ମାନ’

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ତଥା କଥାକାର ପ୍ରଫେସର ମନୋଜ ଦାସଙ୍କୁ କଳିଙ୍ଗ ସାହିତ୍ୟ ସମ୍ମାନ-୨୦୨୦ ପ୍ରଦାନ କରାଯିବ । ଓଡ଼ିଶା ଡାଏରୀ ଫାଉଣ୍ଡେସନ୍‌ ଓ ଓଡ଼ିଶା ଡାଏରୀ ମିଡିଆର ମିଳିତ ଉଦ୍ୟମରେ ଚଳିତ ମାସର ୮ ତାରିଖରୁ ଆୟୋଜିତ ହେବାକୁ ଥିବା ଦୁଇ ଦିନିଆ କଳିଙ୍ଗ ମହୋତ୍ସବରେ ଶ୍ରୀ ଦାସଙ୍କୁ ଏହି ସମ୍ମାନ ଦିଆଯିବ। ଆୟୋଜକ ସଂସ୍ଥା ପକ୍ଷରୁ ଶ୍ରୀ ଦାସଙ୍କୁ ପୁରସ୍କାର ବାବଦରେ ଏକ ଲକ୍ଷ ଟଙ୍କା, ମାନପତ୍ର ଓ ଖଦି ଉପଢୌକନ ପ୍ରଦାନ କରାଯିବ।

ଏହି ଅବସରରେ ମନୋଜ ଦାସ ମହୋତ୍ସବର ମୁଖ୍ୟ ବିଷୟବସ୍ତୁ ‘ଦିବ୍ୟ ଆନନ୍ଦ: ପ୍ରଜ୍ଞାନ ଉନ୍ମାଦ ଓ ରୂପାନ୍ତରଣ’ ଶୀର୍ଷକରେ ମୁଖ୍ୟ ସମ୍ଭାଷଣ ମଧ୍ୟ ପ୍ରଦାନ କରିବାର କାର୍ଯ୍ୟକ୍ରମ ଅଛି।

 

ସମ୍ବନ୍ଧିତ ଖବର