ଏକବିଂଶ ଶତାବ୍ଦୀରେ ପ୍ରେମ ମଲ୍‌ଟି ଟାସ୍କିଂ: ରବିନ୍ଦର ସିଂ

ଭୁବନେଶ୍ବର: ମହୋତ୍ସବର ତୃତୀୟ ଅଧିବେଶନରେ ଓଡ଼ିଶାରେ ଜନ୍ମିତ ଲେଖକ ରବିନ୍ଦର ସିଂ ନିଜର ପୁସ୍ତକ ଓ ପୁସ୍ତକରେ ପ୍ରେମକୁ ନେଇ ଲେଖିବା ସଂପର୍କରେ ମନଖୋଲା ଆଲୋଚନା କରିଥିଲେ। ସୁକନ୍ୟା ଦାସଙ୍କ ସହିତ ଆଲୋଚନା ସମୟରେ ରବିନ୍ଦର କହିଥିଲେ, ଅନେକ ପ୍ରଶ୍ନ କରୁଛନ୍ତି ଆପଣ କାହିଁକି ସବୁବେଳେ ପ୍ରେମ ଓ ରୋମାନ୍‌ସ ଉପରେ ବହି ଲେଖୁଛନ୍ତି। ମାତ୍ରର ଆଜିର ସମୟରେ ଯେ ରୋମାନ୍‌ସ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଏହା ଅନେକ ଭୁଲି ଯାଉଛନ୍ତି। ଅନେକ ଯୁବକ/ଯୁବତୀଙ୍କ ମନ ଭାଙ୍ଗୁଛି ଓ ଅନେକ ଚାପ ଓ ବିଷାଦ ଭିତରକୁ ଚାଲି ଯାଉଛନ୍ତି। ଆଜିର ପ୍ରେମ ଏକ୍ରବ୍ୟୂହ ଭଳି। ଏଥିରେ ପଶିଯିବା ସହଜ କିନ୍ତୁ ବାହାରିବା ମୁସ୍କିଲ। ୮୦ଦଶକରେ ପ୍ରସ୍ତାବ ବା ଆରେଞ୍ଜ ବିବାହ, ୯୦ ଦଶକରେ ପ୍ରେମ ବିବହ, ୨ହଜାରରେ ସାଦି ଡଟ୍ କମ୍‌ ଭଳି ବିବାହ ୱେବସାଇଟ ଓ ଆଜିର ସମୟରେ ବିଭିନ୍ନ ପ୍ରେମ୍‌ର ଆପ୍। ତେଣୁ ଏହା ଭିତରେ ପ୍ରେମରେ ବହୁତ ପରିବର୍ତନ ହୋଇଛି। ଜଣେ ଜଣକୁ ପ୍ରେମ ପାଇଁ ପ୍ରସ୍ତାବ ଦେଲା ତା ଅର୍ଥ ନୁହେଁ ଯେ ‌ସେ ସାରା ଜୀବନ ତା ସହିତ ରହିବ। ପ୍ରେମ ମଧ୍ୟ ଜୀବନ ଭଳି। ଏହା ମଧ୍ୟ ଅସ୍ଥିର। ଏଥିପାଇଁ ପ୍ରେମକୁ ଏକ ମୂଲ୍ୟବାନ ବୋଲି ମନେ କରାଯାଏ। ଏଲଜିବିଟି ଗୋଷ୍ଠୀ ଓ ପରକିୟା ପ୍ରୀତି ଭଳି ଆଇନକୁ ମଧ୍ୟ ଉଚ୍ଛେଦ ହୋଇଛି। ଏକବିଂଶ ଶତାବ୍ଦୀରେ ପ୍ରେମ ମଲ୍‌ଟି ଟାସ୍କିଂ ହୋଇଯାଇଛି। ପୁରୁଣା ସମୟ‌ରେ ଲାଇନ୍‌ କଟିଯିବା ସମୟରେ ହିଁ ଘରୁ ବାହାରି ନିଜ ଆଖପାଖର ଲୋକମାନଙ୍କ ସହିତ ନିଜକୁ ଯୋଡ଼ୁଥିଲେ। ମାତ୍ର ଆଜିର ସମୟରେ ଗୋଟିଏ କ୍ଲିକ୍‌ରେ ସମସ୍ତେ ପରସ୍ପର ସହିତ ଯୋଡ଼ି ହୋଇଯାଉଛନ୍ତି ସତ କିନ୍ତୁ ଏହା ଭିତରେ ମଧ୍ୟ ଏକୁଟିଆ ଅନୁଭବ କରୁଛନ୍ତି ବୋଲି ରବିନ୍ଦର କହିଥିଲେ। ଏହି ଅବସରରେ ସେ ବୁର୍ଲାରେ କଟାଇଥିବା ସମୟ ସଂପର୍କରେ ଦର୍ଶକଙ୍କ ସମ୍ମୁଖରେ ସ୍ମୃତିଚାରଣ କରିଥିଲେ।
ପରବର୍ତୀ ସମୟରେ ଜାଭିୟର ଅଡିଟୋରିୟମ୍‌ ପରିସରରେ ଅନୁଷ୍ଠିତ ଅଧିବେଶନରେ ମାଇଁ ଗ୍ରାଣ୍ଡମଦର ଟ୍ବିଟ୍‌ସରେ ଗୀତା ଗୋପାଲକ୍ରିଷ୍ଣନ୍, ଓଡ଼ିଶୀ ନୃତ୍ୟାଙ୍ଗନା ଝେଲମ୍ ପରାଞ୍ଜପି ଦେବାଶିଷ ମିତ୍ରଙ୍କ ସହିତ ଆଲୋଚନା କରିଥିଲେ। ଶେଷରେ ଅଭିଜିତ୍ ଗାଙ୍ଗୁଲିଙ୍କ ଷ୍ଟାଣ୍ଡ ଅପ୍ କମେଡି ଦର୍ଶକଙ୍କୁ ମନୋଂଜନର ଖୋରାକ ଯୋଗାଇଥିଲା।

ସମ୍ବନ୍ଧିତ ଖବର