ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଭୁଲ ଡିଜାଇନ, ୨୮ ବର୍ଷ ଧରି ଚାଷୀ ଜଳସେଚନରୁ ବଞ୍ଚିତ

ଭୁବନେଶ୍ବର : ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଭୁଲ ଡିଜାଇନ୍ ଓ ଡ୍ରଇଁ ପାଇଁ ଅଧିକ ଅର୍ଥ ବ୍ୟୟ ହୋଇଥିଲା। ସଠିକ୍ ସର୍ଭେ ଓ ଅନୁସନ୍ଧାନ, ମାଟିର ଅବସ୍ଥା ଅନୁଯାୟୀ କେନାଲ୍‌ ଡିଜାଇନ୍ କରିବାରେ ବିଭାଗର ବିଫଳତା ଯୋଗୁଁ ପ୍ରକଳ୍ପ କାମ ଶେଷ ହେବାରେ ବିଳମ୍ବ ହୋଇଥିଲା। ସେଥିପାଇଁ ଚାଷୀମାନେ ଦୀର୍ଘ ୨୮ ବର୍ଷ ଧରି ଜଳ ଯୋଗାଣରୁ ବଞ୍ଚିତ ହୋଇଥିଲେ। ମୂଳରୁ ନିର୍ମାଣ ହୋଇଥିବା କେନାଲ ବନ୍ଧରୁ ସମସ୍ତ କାଓଲିନ୍ ମାଟି ପରିବର୍ତ୍ତନ କରିବା ଓ ନିଷ୍କାସନ ପାଇଁ ଅଯଥାରେ ୯.୮୨ କୋଟି ଟଙ୍କା ବ୍ୟୟ ହୋଇଥିଲା। ଏହି ପ୍ରକଳ୍ପର ଜମି ପରିଚାଳନାରେ ମଧ୍ୟ ତ୍ରୁଟି ରହିଥିଲା। ଆବଶ୍ୟକ ଥିବା ୧୨,୩୨୮.୪୦ ଏକର ଜମିରୁ ୭,୩୩୮.୬୦ ଏକର ସରକାରୀ ଜମି ହସ୍ତାନ୍ତର ହୋଇପାରିନଥିଲା। ଜମି ଅଧିଗ୍ରହଣରେ ବିଳମ୍ବ ଯୋଗୁଁ ପ୍ରକଳ୍ପ ମୂଲ୍ୟରେ ୬୪.୯୮ ପ୍ରତିଶତର ବୃଦ୍ଧି ଘଟିଥିଲା।

ସମ୍ବନ୍ଧିତ ଖବର