ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ପୂଜାର୍ଚ୍ଚନା

ରାଇରଙ୍ଗପୁର: ରାଇରଙ୍ଗପୁର ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ରାଇରଙ୍ଗପୁରର ବିଭିନ୍ନ ମନ୍ଦିର, ଜାହିରା ଓ ମାଜାରୋରେ ଚାଲିଛି ପ୍ରାର୍ଥନା ଓ ପୂଜାର୍ଚ୍ଚନା। ଆଜି ରାଇରଙ୍ଗପୁରର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରରେ ବିଜେପିର କର୍ମକର୍ତ୍ତାଙ୍କ ସମେତ ସ୍ଥାନୀୟ ଜନସାଧାରଣ ଦ୍ରୌପଦୀଙ୍କ ବିପୁଳ ଭୋଟରେ ବିଜୟୀ ପାଇଁ ହୋମଯଜ୍ଞ ଓ ପୂଜାର୍ଚ୍ଚନା କରିଛନ୍ତି। ଦ୍ରୌପଦୀଙ୍କୁ ଏନ୍ଏଡିଏ ପ୍ରାର୍ଥୀ ଘୋଷଣା ପରେ ସେ ଏହି ଜଗନ୍ନାଥ ମନ୍ଦିରରୁ ପୂଜାର୍ଚ୍ଚନା କରି ଦିଲ୍ଲୀ ଗସ୍ତ କରିଥିଲେ।

ମନ୍ଦିର ମୁଖ୍ୟପୂଜକ ଦେବବ୍ରତ ରଥ ମହାପାତ୍ର ହୋମଯଜ୍ଞ ଓ ପୂଜାର୍ଚ୍ଚନା କରିଥିବା ବେଳେ ବିଜେପି ପକ୍ଷରୁ ମନୋରଞ୍ଜନ ମହାନ୍ତି, ବାପି ଦାସ, ବରୁଣ ଦେ,ବିକାଶ ମହାନ୍ତ, ଶିବୁ ଅଗ୍ରୱାଲ, କିଶୋର ରଜକ, ମିଥିଳା ଟୁଡୁ, ଗୌରବ ଅଗ୍ରୱାଲ, ରଞ୍ଜିତା କୈଲିୟାର୍, ପ୍ରଦୀପ ରାଉତ, ମନୋଜ ଦାସ, ଟାରଜାନ କୁମାର, ଆଲୋକ ମହାନ୍ତ, ଆକାଶ କୁମାର, କଳ୍ପନା ମହାନ୍ତ, ଦେବାଶିଷ ନାଏକ, ନିରୁପମା ଟୁଡୁ, ପ୍ରତିମା ନନ୍ଦ, ଶଶାଙ୍କ କୁମାର, ସଞ୍ଜୟ ସାହୁ, ପଦ୍ମିନୀ ଜେନା, ଲଳିତ ଖଣ୍ତାୟେଙ୍କ ସମେତ ଶତାଧିକ ଜନସାଧାରଣ ଉପସ୍ଥିତ ହୋଇ ଶ୍ରୀମତୀ ମୁର୍ମୁଙ୍କ ବିଜୟ ପ୍ରାର୍ଥନା କରିଛନ୍ତି।

ସମ୍ବନ୍ଧିତ ଖବର