କଟକ: ଯାଜପୁର ଜିଲ୍ଲା ନଗଡ଼ା ଅଞ୍ଚଳରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ ପୁଣି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ମାମଲାର ଶୁଣାଣି କରି ଯାଜପୁର ଜିଲ୍ଲାପାଳଙ୍କୁ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହ ହାଇକୋର୍ଟ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ କେନ୍ଦ୍ର ଆଦିବାସୀ କଲ୍ୟାଣ ବିଭାଗକୁ ନୋଟିସ ଜାରି କରିଛନ୍ତି।
ମାମଲାର ଆବେଦନକାରୀ ନଗଡା ତୁମୁଣୀ ଗାଁରେ ସ୍ବାସ୍ଥ୍ୟ ସେବା ଠୁଁ ଆରମ୍ଭ କରି ପାନୀୟ ଜଳ ସମସ୍ୟା କିଭଳି ରହିଛି ତାହା ଆବେଦନରେ ଦର୍ଶାଇ ଥିଲେ। ମାମଲାର ଶୁଣାଣି ଆଜି ହାଇକୋର୍ଟରେ ଜଷ୍ଟିସ ତାଳପତ୍ର ଓ ସାବିତ୍ରୀ ରଥୋଙ୍କ ଖଣ୍ଡପୀଠରେ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/high-court-odisha.jpg)