ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ପୌରପାଳିକାର ୨୨ ନମ୍ବର ୱାର୍ଡର ପାୱାରହାଉସ କଲୋନି ଏକ ଜନବହୁଳ ଅଞ୍ଚଳ। ପାୱାରହାଉସ କଲୋନିର ସମସ୍ତ ଲାଇନ ସହ ମାଦଳାସାହିର କିଛି ଅଞ୍ଚଳକୁ ନେଇ ଏହି ୱାର୍ଡ ଗଠିତ। ତେବେ ୱାର୍ଡର ଗୋଟିଏ ପାର୍ଶ୍ବରେ ବ୍ୟାପକ ଭାବେ ନିର୍ମାଣ ଓ ବିକାଶ କରାଯାଇଥିବା ବେଳେ ଗୋଟିଏ ପାର୍ଶ୍ବକୁ ସଂପୁର୍ଣ୍ଣ ଅଣଦେଖା କରାଯାଇଛି। ଏଠାରେ ପାନୀୟ ଜଳ, ଡ୍ରେନ୍‌, ରାସ୍ତା, ଷ୍ଟ୍ରିଟ୍‌ ଲାଇଟ୍‌, ଓପନପାର୍କ ଆଦି ସବୁ କ୍ଷେତ୍ରରେ ସମସ୍ୟା ରହିଛି ବୋଲି ଅଭିଯୋଗ ହୋଇଆସୁଛି। ଗତ ପୌର ନିର୍ବାଚନକୁ ବର୍ଷେ ବିତିଥିଲେ ବି ଏଠାରେ ଥିବା ବହୁ ସମସ୍ୟା ସେମିତି ଅସମାହିତ ହୋଇରହିଛି।

Advertisment

ୱାର୍ଡବାସୀଙ୍କ ଅଭିଯୋଗ ଅନୁସାରେ ବର୍ଷକ ଭିତରେ ଏଠାରେ ଅଳ୍ପ କିଛି ରାସ୍ତା ପେଭରବ୍ଲକ  କରାଯାଇଛି। କିନ୍ତୁ ବହୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇରହିଛି। ଗ୍ରମାଞ୍ଚଳ ଭଳି ଏହି ୱାର୍ଡର ବହୁ ଗଳିରେ  ବହୁ କଚ୍ଚା ଏବଂ କିଛି ରଂଗମାଟି ପକା‌ ରାସ୍ତା ଅଛି। ପ୍ରତିବର୍ଷ ବର୍ଷା ଦିନେ ସତୀନତୀ କେନାଲ ପାଣି ସହ ସହରର ନାଳନର୍ଦ୍ଧମା ପାଣି ଜମା ହେବା ପରେ ଲୋକେ ଜଳବନ୍ଦୀ ମଧ୍ୟରେ ରହୁଛନ୍ତି। ବିପଦସଂକୁଳ ରାସ୍ତାରେ ଯାତାୟାତ କରିବାକୁ ବାଧ୍ୟ ହୁଅନ୍ତି। କିଛି ସ୍ଥାନରେ ଡ୍ରେନ ଥିଲେ ହେଁ ବହୁ ଗଳିରେ ଡ୍ରେନ ହିଁ ନାହିଁ। ଯେଉଁ ସ୍ଥାନରେ ଡ୍ରେନ ରହିଛି ସେଠାରେ ଡ୍ରେନ୍‌ର ଶେଷ ମୁଣ୍ଡ ବନ୍ଦ ଥାଏ।

publive-image

ଫଳରେ ବର୍ଷାଜଳ ରାସ୍ତାକୁ ଉଛୁଳି ବଡ଼ କଦର୍ଯ୍ୟ ଅବସ୍ଥା ସୃଷ୍ଟି କରେ। ପାନୀୟ ଜଳ ଯୋଗାଣ ସମସ୍ୟା କଥା ନ କହିବା ଭଲ। ଏହି ୱାର୍ଡର ଶତକଡ଼ା ୫୦ ଭାଗ ଲୋକଙ୍କ ଘରକୁ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇପାରିନାହିଁ। ପୁଣି ଯେଉଁମାନଙ୍କ ଘରକୁ ପାଇପ୍‌ ସଂ‌ଯୋଗ ହୋଇଛି, ସେମାନଙ୍କୁ ମିଳୁଥିବା ପାଣି ଠିକ ସମୟରେ ଆସୁନାହିଁ ବୋଲି ଅଭିଯୋଗ ହୋଇଛି। ଏହି ସାହି ମଧ୍ୟରେ ଥିବା ପ୍ରକାଶ ଇଂରାଜୀ ବିଦ୍ୟାଳୟ ରାସ୍ତା ଅବସ୍ଥା ନ କହିବା ଭଲ। ଓପନପାର୍କର ଘାସ ଗାଲିଛା ଗାୟବ ହୋଇ ଯାଇଥିବା ବେଳେ ପାର୍କ ଉପର ଦେଇ ୧୧କେଭିର ତାର ଯାଇଛି। ତାର ବାଡ଼ ନଥିବାରୁ ପରିସର ବୁଲା ଗୋରୁଙ୍କ ଚରାଭୂଇଁ ପାଲଟିଛି। ଏହି ଅଞ୍ଚଳରେ ବହୁ ସ୍ଥାନରେ ବିଦ୍ୟୁତ୍ ତାର ଝୁଲନ୍ତା ଅବସ୍ଥାରେ ଅଛି। ଅଧିକାଂଶ ସ୍ଥାନରେ ଷ୍ଟ୍ରିଟ୍‌ଲାଇଟ୍‌ ନାହିଁ। ସେହିପରି ଏଠାରେ ଅନେକ ଯୋଗ୍ୟ ହିତାଧିକାରୀ ରାସନ୍‌ କାର୍ଡ ପାଇନାହାନ୍ତି।

ମାୟାଧର ମିଶ୍ର: ୩୪ବ‌ର୍ଷ ତଳେ ଟାଉନପ୍ଲାନିଂ ଅନ‌ୁମୋଦିତ ହୋଇଥିଲେ  ହେଁ ଏ ପର୍ଯ୍ୟନ୍ତ ସଂପୁର୍ଣ୍ଣ ବିକଶିତ ହୋଇ ନ ପାରିବା ଅତ୍ୟନ୍ତ ଦୁଃଖଓପରିତାପର ବିଷୟ। ସହରରେ ରହି ଗାଁରେ ରହିବା ଭଳି ଅନୁଭବ ହେଉଛି।

ବିଘ୍ନରାଜ ଚୌଧୁରୀ: ଅଦିନିଆ ବର୍ଷ‌ାରେ ଜଳ ଜମା ହେଉଥିଲା। ବାରମ୍ବାର ଅଭିଯୋଗ ପରେ ଉପରକୋଲାବ ପ୍ରକଳ୍ପ ପକ୍ଷରୁ କେନାଲଓ ସତୀନଦୀ ପାର୍ଶ୍ବରେ ପାଚେରୀ ନିର୍ମାଣ କରିବାକୁ ପ୍ରତିଶ୍ରୃତି ଦେଇଛନ୍ତି। ରାସ୍ତାର ଗୋଟିଏ ପାର୍ଶ୍ବର ସଂପୁର୍ଣ୍ଣ ବିକାଶ ହୋଇଥିବା ବେଳେ ଅପରପାର୍ଶ୍ବକୁ ଏଭଳି ଅଣଦେଖା କରିବା କେତେ ଦୁର ଯୁକ୍ତିଯୁକ୍ତ। ସବୁ ରକମର ଦେୟ , ହୋଲଡିଂ ଟାକ୍ସ ଆଦି ଦେବା ପରେ ବି ରାସ୍ତା, ଡ୍ରେନ ଆଦି ନିର୍ମାଣ ଦିଗରେ ପୌରପାଳିକା କାହିଁକି ପଛାଉଛି ବୋଲି ଶ୍ରୀ ଚୌଧୁରୀ ପ୍ରଶ୍ନ କରିଛନ୍ତି।