ବିଶ୍ୱ ବାଣିଜ୍ୟ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୧ ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ୱର: ବାତ୍ୟା ଫନି ଦ୍ୱାରା ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଏମଭିଅଇଅ ।ରଡିସି ବିଶ୍ୱ ବାଣିଜ୍ୟ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି  । ଡବ୍ଳୁଟିସି ମୁମ୍ବାଇର ଉପାଧ୍ୟକ୍ଷ ବିଜୟ କାଲାନ୍ତ୍ରି, ଡାଇରେକ୍ଟର ଜେନେରୋଲ ଡକ୍ଟର ୱାଇଆର ୱାରେକର, ରୁପା ନାଏକ (ବରିଷ୍ଠ ନିର୍ଦେଶକ), ନିମେସିକା ନଟରାଜନ (ସହକାରୀ ନିର୍ଦେଶକ) ଓ ଆଶା ମହାପାତ୍ର (ସହକାରୀ ନିର୍ଦେଶକ)ଙ୍କ ସହ ମିଶି ରାଜ୍ୟ ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚେକ ହସ୍ତାନ୍ତର କରିଛନ୍ତି ।

ବାତ୍ୟା ସମୟରେ ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ଶ୍ରୀ କାଲାନ୍ତ୍ରି ପ୍ରଶଂସା କରିବା ସହିତ ରାଜ୍ୟରେ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଡବ୍ଳୁଟିସିର ଟିମ କିଭଳି କାର୍ଯ୍ୟ କରୁଛନ୍ତି ତାହା ଅବଗତ କରିଛନ୍ତି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହଯୋଗ ରହିଲେ ଖୁବଶୀଘ୍ର ବିଶ୍ୱ ବାଣିଜ୍ୟ ସଂଗଠନ ଭୁବନେଶ୍ୱର ସ୍ଥାପନ ହେବ ତାହା ୫ ବର୍ଷ ହେଲାଣି ରାଜ୍ୟରେ ସକ୍ରିୟ ରହିଛି । ଏହି ଅବସରରେ ଡକ୍ଟର ୱାରେରକର କହିଛନ୍ତି ଯେ, ୧୦୦ରୁ ଅଧିକ ଦେଶରେ ୩୩୦ରୁ ଅଧିକ ବିଶ୍ୱ ବାଣିଜ୍ୟ କେନ୍ଦ୍ର ରହିଛି । ଭୁବନେଶ୍ୱରରେ ବିଶ୍ୱ ବାଣିଜ୍ୟ କେନ୍ଦ୍ର ସ୍ଥାପନ ହେଲେ ଓଡ଼ିଶାର ବ୍ୟବସାୟ ଓ ବିଦେଶ ଭିତରେ ରହିଥିବା ଅନ୍ତର ଦୂର ହୋଇପାରିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର