ଜୟପୁର: ଖ୍ରୀଷ୍ଠଧର୍ମାବଳମ୍ବୀମାନେ ‘ଯୀଶୁଙ୍କ ଧରାବତାରଣ’ ଦିବସ ସହରର ବିଭିନ୍ନ ଚର୍ଚ୍ଚ ଗୁଡ଼ିକରେ ପାଳନ କରିଛନ୍ତି।  ହର୍ଷଉଲ୍ଲାସର ସହ ଚର୍ଚ୍ଚକୁ ଆସି ସମୁହ ପ୍ରାର୍ଥନା କରିବା ସହ ପରସ୍ପର ପରସ୍ପରକୁ ଶୁଭେଚ୍ଛା ଜ୍ଞାପନ କରି ବଡ଼ଦିନ ପାଳନ କରିଛନ୍ତି। ଘର ଗୁଡିକୁ ରଂଗ ଦେବା ସହ ରଂଗୀନ ଆଲୋକସଜ୍ଜା କରିଥିବା ଦେଖିବାକୁ ମିଳିଛି। ସେଭଳି ଜେଇଏଲସି ଚର୍ଚ୍ଚ ସହ ଅନ୍ୟାନ୍ୟ ଚର୍ଚ୍ଚ ଗୁଡିକରେ ରଂଗୀନ ଆଲେକସଜ୍ଜାରେ ସୁସଜ୍ଜିତ କରାଯାଇଛି। ‌ସୋମବାର ସକାଳୁ ସ୍ଥାନୀୟ ଜେଇଏଲସି ଚର୍ଚ୍ଚକୁ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ, କେସିସି ବ୍ୟାଙ୍କ ନିର୍ଦ୍ଦେଶିକା ଡଃ.ଇନ୍ଦିରା ନନ୍ଦ, ସୁବାସ ରାଉତ ପ୍ରମୁଖ ଯୋଗଦେଇ ଦେଇ ବଡ଼ଦିନର ଶୁଭେଚ୍ଛାବାର୍ତ୍ତା ସମସ୍ତଙ୍କୁ ଜଣାଇବା ସହ ଯୀଶୁଙ୍କ ବାଣୀ ,ବଳିଦାନ ଓ ଆଦର୍ଶ ସମ୍ପର୍କରେ ମତ ରଖିଥିଲେ। ସେହିପରି ତିନି ଜଣ ଗୋଟିଏ ଲାଇନରେ ପାଖାପାଖି ବସିଥିଲେ।

Advertisment

ତେବେ ଉଭୟ ନେତା ନିଜ ସମର୍ଥକଙ୍କ ସହ କଥାବାର୍ତ୍ତ କରୁଥିଲେ ହେଁ ପରସ୍ପର ପରସ୍ପର ମଧ୍ୟରେ ଶୁଭେଚ୍ଛା ଦିଆନିଆ ହୋଇ ନଥିଲେ। ପରେ ଗଣମାଧ୍ୟମର ପ୍ରତିନିଧି ମାନେ ପ୍ରଶ୍ନ କରିବାରେ ବିଧାୟକ ବାହିନୀପତି  ଦୁଇଥର ପୂର୍ବତନ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ସେ କିଛି କହିନଥିବା କହିଥିଲେ। ସେଭଳି ପୂର୍ବତନ ମନ୍ତ୍ରୀ ମଧ୍ୟ ଶୁଭେଚ୍ଛା ଜଣାଇଥିବା ବେଳେ ବିଧାୟକ କିଛି ପ୍ରତିଉତ୍ତର ଦେଇନଥିବା କହିଥିଲେ। ସେଠାରେ ଉପସ୍ଥିତ ଥିବା ଉଭୟ ଦଳର ନେତା ଓ ଲୋକଙ୍କ ପାଇଁ ଏହା ଭିନ୍ନ ଖେରାକ ଯୋଗ ଦେଇଥିଲେ। ଡିନ୍ ହିମାଂଶୁ ଶେଖର ଚାନ୍ଦ, ଡିନ୍ ବିଧାନ କୁମାର ନାୟକ, ରେଭରାନ ହେଲିନା  ଚାନ୍ଦ, ସ୍ଥାନୀୟ ପାଷ୍ଟର ନିର୍ମଳ ଖୋସ୍ଲା, ଜେଇଏଲସି ସଂପାଦକ ପ୍ରପୁଲ୍ଲ କୁମାର ଭତ୍ରା,  ଖ୍ରୀଷ୍ଠୀୟ ଗ୍ରାମପଂଚାୟତ ସଭାପତି ସୁଧାଂଶୁ ଶେଖର ସୀତାରାମ,ସଂପାଦକ ପ୍ରତ୍ୟୁଷ ପ୍ରେମ, ଉପସଭାପତି ତଥା କାଉନସିଲର ପ୍ରଣବ କିଶୋର ନାୟକ, ଏମଡି ଜ୍ୟୋର୍ତିମୟ, ମଲୟ କୁମାର ଚିଛାଂଣୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସେଭଳି ଆସନ୍ତାକାଲି ଠାରୁ ବଡ଼ଦିନ ଉତ୍ସବ ଅବସରରେ ଜେଇଏଲସି ଚର୍ଚ୍ଚ ସମ୍ମୁଖ ‌ହେନେରିକ ପଡ଼ିଆରେ ୭ଦିନିଆ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।