ରାଉରକେଲା: ଦିନକ ପରେ ଅର୍ଥାତ୍‌ ଆସନ୍ତା ସୋମବାର ସାରା ଦେଶ ପାଳନ କରିବାକୁ ଯାଉଛି ବଡ଼ଦିନ ଅର୍ଥାତ୍‌ ଏକ୍ସ-ମାସ୍‌-ଡେ’। ଧରାପୃଷ୍ଟରେ ଅବତରଣ କରିବେ ପ୍ରଭୁ ଯୀଶୁଖ୍ରୀଷ୍ଟ। ଜିଏଲ୍ ଚର୍ଚ୍ଚ, ଆର୍.ସି. ଚର୍ଚ୍ଚ, ବାପିଷ୍ଟ ଚର୍ଚ୍ଚ ଆଦି ଅନେକ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାଲମ୍ବୀ ଭାଇଭଉଣୀମାନେ କରିବେ ସାମୂହିକ ପ୍ରାର୍ଥନା। ପ୍ରଭୁ ଯୀଶୁଙ୍କ ଆଗମନକୁ ନେଇ ଚର୍ଚ୍ଚରେ ଚାଲିଥିବା ପ୍ରସ୍ତୁତି ଶେଷ ହୋଇଛି। ରଙ୍ଗବେରଙ୍ଗ ଆଲୋକମାଳାରେ ସଜାଇ ହେଲାଣି ସହରର ସମସ୍ତ ଚର୍ଚ୍ଚ। ହଜାର ହଜାର ଶ୍ରଦ୍ଧାଳୁଙ୍କୁ ନେଇ ହେବ ସାମୂହିକ ପ୍ରାର୍ଥନା। କେକ୍ କାଟି ପରସ୍ପରକୁ ବଣ୍ଟନ କରିବେ। ବର୍ଷର ଏହି ଦିନକୁ ଉତ୍କଣ୍ଠା ସହର ଅପେକ୍ଷା କରିଛନ୍ତି ଜିଲ୍ଳାର ହଜାର ହଜାର ଖ୍ରୀଷ୍ଟିଆନ୍ ଭାଇ ଭଉଣୀ।

Advertisment

ହମିରପୁର ଚର୍ଚ୍ଚର ଫାଦର କହିଛନ୍ତି, ପ୍ରତିବର୍ଷ ବଡ ଦିନରେ ଜିଲ୍ଲାର ପ୍ରମୁଖ ଚର୍ଚ୍ଚରେ ପ୍ରାୟ ୪ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଏକାଠି ହୋଇଥାନ୍ତି। ଯୀଶୁଙ୍କ ନିକଟରେ ନିଜ ଭୁଲର କ୍ଷମା ପ୍ରାର୍ଥନା କଲେ ପ୍ରଭୁ କ୍ଷମା କରି ଦିଅନ୍ତି ବୋଲି ସେମାନଙ୍କ ବିଶ୍ବାସ ରହିଛି। ଏଥିପାଇଁ ହମିରପୁର ଚର୍ଚ୍ଚରେ ବହୁ ସଂଖ୍ୟାରେ ଲୋକ ଆସି ନିଜ ପାପ ସ୍ବୀକାର କରିଥାନ୍ତି। ପ୍ରତ୍ୟେକ ଚର୍ଚ୍ଚରେ ପ୍ରାୟ ୮ରୁ ୧୦ ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମେ। ସାମୂହିକ ପ୍ରାର୍ଥନା ସହ, ରଙ୍ଗବେରଙ୍ଗର ସାଂସ୍କୃ୍ତିକ ଆଦି କୌଣସି କାର୍ଯ୍ୟକ୍ରମ ଆୟୋଜିତ ହେବ। ତେବେ ସୁନ୍ଦରଗଡର ଜିଲ୍ଲାର ସେକ୍ଟର-୧୯ ହମିରପୁର, ସୁନ୍ଦରଗଡ, ରାଜଗାଙ୍ଗପୁର, ବୀରମିତ୍ରପୁର, ବନ୍ଧମୁଣ୍ଡା, କଲୁଙ୍ଗା, ଝିରପାଣି ସମେତ ୪୩ରୁ ଅଧିକ ପ୍ରମୁଖ ଚର୍ଚ୍ଚକୁ ରଙ୍ଗ ବେରଙ୍ଗ ଆଲୋକମାଳାରେ ସଜ୍ଜିତ କରାଯାଇଛି। ପ୍ରମୁଖ ଚର୍ଚ୍ଚ ସମେତ ଛୋଟ ଆର୍ସି, କାଥୋଲୋକି, ବାପିଷ୍ଟ ଚର୍ଚ୍ଚଗୁଡ଼ିକ ମଧ୍ୟ ସମାନ ଢ଼ଙ୍ଗରେ ସଜା ଯାଇଛି। ଏଥି ମଧ୍ୟରେ ରହିଛି ରାଉରକେଲା ସେକ୍ଟର-୧୯ସ୍ଥିତ ହମିରପୁର କାଥୋଲିକ୍ ଚର୍ଚ୍ଚ, ସିଭିଲଟାଉନସିପ୍ ସ୍ଥିତ ଦୀପ୍ତି ଚର୍ଚ୍ଚ, ଝିରପାଣି, ମୋରିଆ ପାହାଡ ଚର୍ଚ୍ଚ, କୋଏଲ ବ୍ୟାଙ୍କ,ଖରିଆବାହାଲ, ପ୍ରଧାନପାଲିର ଜି.ଇ.ଏଲ୍ ଚର୍ଚ୍ଚ, ଜଲଦା ସି ବ୍ଲକ ଚର୍ଚ୍ଚ, ସେକ୍ଟର-୧୮ ସିଏନ୍ଆଇ ଚର୍ଚ୍ଚ, ସେକ୍ଟର-୧୮, ସେକ୍ଟର-୬ ଆଦି ପ୍ରମୁଖ ଚର୍ଚ୍ଚରେ ପ୍ରସ୍ତୁତି ଶେଷ ହୋଇଛି।

publive-image

ସ୍ମାର୍ଟସିଟିର ବୃହତ ରୋମାନ କାଥୋଲିକ୍ ଚର୍ଚ୍ଚରେ ପ୍ରତିବର୍ଷ ପ୍ରାୟ ୧୦ ହଜାରୁ ଅଧିକ ଖ୍ରୀଷ୍ଟାଧର୍ମାଲମ୍ବୀଙ୍କ ସମାଗମ ହୋଇଥାଏ। କେବଳ ଏତିକି ନୁହେଁ ସମସ୍ତ ଖ୍ରୀଷ୍ଟଧର୍ମାଲମ୍ବୀ ପରିବାର ନିଜ ନିଜ ଘରକୁ ରଙ୍ଗରେବଙ୍ଗ ଆଲୋକ ମାଳାନରେ ସଜ୍ଜିତ କରିଛନ୍ତି। ଆଜି ସହରର ବିଭିନ୍ନ କେକ୍, ଏକ୍ସ ମାସ୍ ଟ୍ରି ଆଦି କିଣିବାଲାଗି ଦୋକାନଗୁଡ଼ିକରେ ବେଶ୍‌ ଭିଡ଼ ଜମୁଛି। ସହରର ଡେଲିମାର୍କେଟ, ପାନପୋଷ, ଉଦିତନଗର, ସେକ୍ଟର-୧୯ ଇସ୍ପାତ ମାର୍କେଟରେ ବେଶ୍ କିଣାବିକା ଓ ଭିଡ ପରିଲକ୍ଷିତ ହୋଇଥିଲା। ରାଉରକେଲା ସମେତ ବେଦବ୍ୟାସ, ଫର୍ଟିଲାଇଜର, ବନ୍ଧମୁଣ୍ଡା, ବଣାଇଁ, ନୂଆଗାଁ, ବିଶ୍ରା, ରାଜଗାଙ୍ଗପୁର, କୁତ୍ରା, ବଡଗାଁ, ସୁନ୍ଦରଗଡରେ ଥିବା ଛୋଟ ବଡ ଚର୍ଚ୍ଚରେ ସମାନ ସ୍ଥିତି। ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରମୁଖ ଚର୍ଚ୍ଚ ସମେତ ଅନ୍ୟ କିଛି ସ୍ଥାନରେ ପୁଲିସ ମୁତୟନ କରାଯାଇଛି।