କଟକ: ଏକ ଗଣ୍ଡଗୋଳ ଓ ମାରପିଟ ମାମଲାରେ ଗିରଫ ହୋଇଥିବା ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ଓ ତାଙ୍କ ପୁଅ ପ୍ରିୟବ୍ରତ ସାମନ୍ତରାୟ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଦୌରା ଜଜ୍ ଅଦାଲତରେ ଜାମିନ ଖାରଜ ହେବା ପରେ ଉଭୟ ହାଇକୋର୍ଟରେ ନିୟମିତ ଜାମିନ ଆବେଦନ ଦାୟର କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଭାରତୀ ଦାଶ ମାମଲା ପରିଚାଳନା କରୁଛନ୍ତି। ଏଠାରେ ସୂଚନାଯୋଗ୍ୟ କୁନ୍ଦୁଲି ଘଟଣାକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ଗତ ୨୪ ତାରିଖରେ ଓଡ଼ିଶା ବନ୍ଦ ଓ ୧୨ ଘଣ୍ଟିଆ ହରତାଳ ଚାଲିଥିବା ବେଳେ ପିପିଲି ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଦୁଇ ଦଳ ପକ୍ଷରୁ ପୃଥକ ର୍ୟାଲିର ଆୟୋଜନ କରାଯାଇଥିଲା। ଏହି ସମୟରେ ଉଭୟ ଦଳର କର୍ମୀ ମୁହାଁମୁହିଁ ହୋଇଥିଲେ। ଏହାପରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ବିଜେପି କର୍ମୀଙ୍କୁ ଆକ୍ରମଣ ନେଇ ପିପିଲି ଥାନାରେ ମାମଲା ରୁଜୁ ହୋଇଥିଲା। ଏହାପରେ ପୁଲିସ ପୂର୍ବତନ ବିଧାୟକ ଶ୍ରୀ ସାମନ୍ତରାୟ ଓ ତାଙ୍କ ପୁଅଙ୍କୁ ଗିରଫ କରିଥିଲା।
ଜାମିନ ପାଇଁ ହାଇକୋର୍ଟରେ ପୂର୍ବତନ ବିଧାୟକ
/sambad/media/post_attachments/wp-content/uploads/2018/02/yudhisthir-samantaray.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)