ବାଲେଶ୍ବର: ବାଲେଶ୍ବରର ବରିଷ୍ଠ ରାଜନେତା ତଥା ପୂର୍ବତନ ବିଧାୟକ ଅରୁଣ ଦେ ପୁଣିଥରେ ଅସୁସ୍ଥ ହୋଇଛନ୍ତି। ଆଜି ସକାଳେ ତାଙ୍କୁ ଭୁବନେଶ୍ବର ଏମ୍ସ ହସ୍ପିଟାଲକୁ ନିଆଯାଇଛି। ନିକଟ ଅତୀତରେ ଶ୍ରୀ ଦେ ଅସୁସ୍ଥ ହୋଇ ବାଲେଶ୍ବର ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଅଣ୍ଟା ଓ ଜଙ୍ଘରେ ସେ ବାରମ୍ବାର କଷ୍ଟ ଅନୁଭବ କରୁଛନ୍ତି। କାଲି ରାତିରେ ଯନ୍ତ୍ରଣା ଅଧିକ ହେବାରୁ ଆଜି ସକାଳେ ତାଙ୍କୁ ଭୁବନେଶ୍ବର ନିଆଯାଇଥିବା ସୂଚନା ମିଳିଛି।
ପୂର୍ବତନ ବିଧାୟକ ଅରୁଣ ଦେ ପୁଣି ଅସୁସ୍ଥ
/sambad/media/post_attachments/wp-content/uploads/2020/04/arun-dey.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)