ପୂର୍ବତନ ବିଧାୟକ ବୀର ସିପ୍‌କା ଆଉ ନାହାନ୍ତି

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନମଣ୍ତଳୀର ପୂର୍ବତନ ବିଧାୟକ ବୀର ସିପ୍‌କାଙ୍କ ୬୪ ବର୍ଷ ବୟସରେ ଗୋଲାମୁଣ୍ତାସ୍ଥିତ ବାସଭବନରେ ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ସେ ଦୀର୍ଘଦିନ ହେଲା ମଧୁମେହ ରୋଗରେ ପୀଡ଼ିତ ଥିଲେ। ସ୍ବର୍ଗତଃ ସିପ୍‌କା ୧୯୯୫ ମସିହାରେ ଜନତା ଦଳ, ୨୦୦୦ ଓ ୨୦୦୪ ମସିହାରେ ବିଜୁ ଜନତା ଦଳରୁ ଧର୍ମଗଡ ନିର୍ବାଚନମଣ୍ତଳୀରୁ ଲଗାତାର ତିନି ଥର ବିଧାୟକ ନିର୍ବାଚିତ ହୋଇଥିଲେ। ସେ ଜନତା ଦଳର ମୁଖ୍ୟ ସଚେତକ ଭଳି ଗୁରୁତ୍ବପୂର୍ଣ୍ଣ ପଦରେ ଦାୟିତ୍ବ ତୁଲାଇ ଥିଲେ। ଶେଷ ସମୟରେ ତାଙ୍କ ପାଖରେ ପତ୍ନୀ ଯଶୋବନ୍ତୀ, ବଡ଼ପୁଅ ପ୍ରୀତସ, ଦୁଇ ଭାଇ କ୍ଷେତ୍ର ଓ ନୀଳାମ୍ବର ଉପସ୍ଥିତ ଥିଲେ।

ପ୍ରକାଶଥାଉକି, ଯୁକ୍ତଦୁଇ ଓ ତିନି କଲେଜ ନିର୍ମାଣ, ବିଜୟାନନ୍ଦ ପବ୍ଲିକ ସ୍କୁଲ ଭଳି ପ୍ରମୁଖ ବିକାଶମୂଳକ କାର୍ଯ୍ୟରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେ ଜଣେ ଦକ୍ଷ ସଂଗଠକ, ପରୋପକାରୀ ଓ ଦୟାଳୁ ବ୍ୟକ୍ତି ଥିଲେ। ତାଙ୍କ ବିୟୋଗରେ ଧର୍ମଗଡ଼ ଓ ଗୋଲାମୁଣ୍ତା ବ୍ଲକ୍‌ରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର