ଭୁବନେଶ୍ବର : ଯାମିନୀ ଷଡ଼ଙ୍ଗୀ ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି ବା ଓସାକ୍ସର ପ୍ରକଳ୍ପ ନିର୍ଦେଶିକା ଭାବେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ଅବସରରେ ଆଜି କର୍ମଚାରୀମାନେ ତାଙ୍କୁ ଓସାକ୍ସ କାର୍ଯ୍ୟାଳୟରେ ସ୍ବାଗତ କରିଥିଲେ। ଏଚ୍‌ଆଇଭି/ଏଡ୍‌ସ ଦୂରୀକରଣ ପାଇଁ ଓସାକ୍ସର କାର୍ଯ୍ୟକ୍ରମକୁ ଅଧିକ ତ୍ବରାନ୍ବିତ କରିବା ପାଇଁ ଶ୍ରୀମତୀ ଷଡ଼ଙ୍ଗୀ ପରାମର୍ଶ ଦେଇଥିଲେ।