ବାଲେଶ୍ବର: ବାଲେଶ୍ବର ଭିଜିଲାନ୍ସ ଅଦାଲତରେ ବିଚାରାଧୀନ ଥିବା ୨୦୧୧ ମସିହାର ଏକ ଲାଞ୍ଚ ମାମଲାର ବିଚାର କରାଯାଇ ଦୋଷୀସାବ୍ୟସ୍ତ ହୋଇଥିବା କହ୍ନେଇଲାଲ ସର୍ଦ୍ଦାରଙ୍କୁ ଏକ ବର୍ଷ ଜେଲ ଦଣ୍ଡ ଶୁଣାଣି ହୋଇଛି। ଏଥିସହ ୭୦୦୦ ଟଙ୍କାର ଜରିମାନା ଦେବାକୁ ଆଦେଶ ଦିଆଯାଇଥିବା ବେଳେ ଏହା ଅନାଦେୟ ହେଲେ ଆଉ ୨ ମାସ ଅଧିକ ଜେଲଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରାଯାଇଛି।
ସୂଚନା ଥାଉକି, ବାଲେଶ୍ବର ଆରଏମସିରେ ୟାର୍ଡମ୍ୟାନ୍ ଥିବା ସମୟରେ ଅଭିଯୁକ୍ତ କହ୍ନେଇଲାଲ ସର୍ଦ୍ଦାର ସେରଗଡ଼ ଠାରେ ଏକ ମାଛ ଯାଆଁଳ ବୋଝେଇ ମହିନ୍ଦ୍ରା ପିକ୍ଅପ୍ ଭ୍ୟାନ୍ରୁ ୬୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ। ତାଙ୍କୁ ଗିରଫ କରାଯିବା ସହ ଭିଜିଲାନ୍ସ କୋର୍ଟରେ ମାମଲା ବିଚାରାଧୀନ ଥିଲା।
ବାଲେଶ୍ବର ଭିଜିଲାନ୍ସର ପୂର୍ବତନ ଇନ୍ସପେକ୍ଟର ୟୁକେ ପଣ୍ଡା ଏହି ମାମଲାର ତଦନ୍ତ କରିଥିଲେ। ଆଜି ଭିଜିଲାନ୍ସ ଅଦାଲତରେ ରାୟ ଶୁଣାଣି ବେଳେ ସ୍ବତନ୍ତ୍ର ପିପି ସେକ୍ ହାଜିରୁଦ୍ଦିନ ମାମଲା ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/arrest-2.jpg)