ଭଦ୍ରକ: ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ୟାସ୍ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି। ଜିଲ୍ଲାର ଭଣ୍ଡାରୀପୋଖରୀରେ ରାସ୍ତା ଉପରେ ଉପୁଡ଼ି ପଡ଼ିଛି ଗଛ। ଅଗ୍ନିଶମ ବିଭାଗ ଗଛ କଟା ଆରମ୍ଭ କରିଛନ୍ତି।

Advertisment

publive-imageଏଣେ ବର୍ଷା ଜଳରେ ବୁଡିଗଲା ଭଦ୍ରକ ପୌରପାଳିକା ଅନ୍ତର୍ଗତ ପ୍ରଫୁଲ୍ଲ ନଗର ନିଉ କଲୋନି। ଏହାଫଳରେ ବହୁ ଲୋକଙ୍କ ଘରେ ବର୍ଷା ଜଳ
ପଶିଛି।

publive-image

ଖାଲି ସେତିକି ନୁହେଁ, ଭଦ୍ରକ ସହରରେ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଛି। ଏଣେ ଧାମରାରେ ସମୁଦ୍ର ଅଶାନ୍ତ ରହିଥିବାର ଖବର ମିଳିଛି। ଧାମରା ଅଞ୍ଚଳରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି ଏବଂ କେତେକ ରାସ୍ତା ଧୋଇଯାଇଛି।