ଓଡ଼ିଶାରେ ୩୦୦ କିଲୋମିଟର ବୁଲିବ ‘ୟାସ୍’

ଭୁବନେଶ୍ବର: ଉନ୍ନୟନ କମିସନର ତଥା ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଅତି ଭୀଷଣ ବେଗରେ ମାଡ଼ିଆସୁଥିବା ବାତ୍ୟା ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ଅଧିକ ପ୍ରଭାବିତ କରିବ। ଏହି ବାତ୍ୟା ସମୁଦ୍ରରୁ ୨୬ ତାରିଖ ଭୋର ସମୟରେ ବାହାନଗା, ବାସୁଦେବପୁର ବ୍ଲକ ଦେଇ ସ୍ଥଳଭାଗ ଛୁଇଁବ, ଯାହାକି ପରବର୍ତ୍ତୀ ସମୟରେ ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲା ରାତି ପ୍ରାୟ ୮-୯ଟା ସୁଦ୍ଧା ଝାଡ଼ଖଣ୍ଡକୁ ପଳାଇବ। ଏହି ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପବନର ଗତି ୧୫୦-୧୫୫କିମି ପର୍ଯ୍ୟନ୍ତ ରହିପାରେ। ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ହେଉଛି, ଏହା ସ୍ଥଳଭାଗକୁ ଛୁଇଁବା ପରେ ପ୍ରାୟ ୩୦୦ କିଲୋମିଟର ଓଡ଼ିଶାରେ ଅତିକ୍ରମ କରିବ। ଏଣୁ ବ୍ୟାପକ ବିପର୍ଯ୍ୟୟ ଘଟାଇବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ।

ସମ୍ବନ୍ଧିତ ଖବର