୨୬ ମଧ୍ୟାହ୍ନରେ ବାଲେଶ୍ବର ନିକଟରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ୟାସ୍

ଭୁବନେଶ୍ବର : ବାତ୍ୟା ୟାସ୍ ନେଇ ତାଜା ଅପଡେଟ୍ ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍ ଆର ବିଶ୍ୱାସ । ଗତ ୨୪ ଘଣ୍ଟା ହେଲା ୟାସ୍ ସମୁଦ୍ର ଭିତରେ ୭ କିମି ପ୍ରତି ଘଣ୍ଟାରେ ଆଗକୁ ବଢିବା ସହିତ ବଳ ଗୋଟାଉଛି ବୋଲି ସେ କହିଛନ୍ତି । ସେହିପରି ଏହା ଏବେ ପାରାଦୀପଠାରୁ ୪୯୦ କିଲୋମିଟର ଦୂରରେ ଥିବାବବେଳେ ଆସନ୍ତା ୧୨ ଘଣ୍ଟା ପରେ ଅତି ଭୀଷଣ ସାମୁଦ୍ରିକ ବାତ୍ୟାର ରୂପ ନେବ । ୨୬ ତାରିଖ ସକାଳୁ ଏହାର ପ୍ରଭାବ ଦେଖିବାକୁ ମିଳିବ । ଏହା ୨୬ ତାରିଖ ଦିନ ୧୧ ଟାକୁ ୧ ଟା ମଧ୍ୟରେ ବାଲେଶ୍ବର ନିକଟରେ ଲାଣ୍ଡଫଲ କରିବାର ସମ୍ଭାବନା ରହିଛି  ।

ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ୧୫୫ରୁ ୧୬୫ କିମି ରହିବ । ତେବେ ପବନର ଝଟକା ୧୮୫ କିମି ମଧ୍ୟ ହୋଇପାରେ । ୨୫ ତାରିଖ ରାତିରୁ ୨୬ ତାରିଖ ଯାଏଁ ପ୍ରବଳ ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିିଂହପୁର, ଯାଜପୁର ଜିଲ୍ଲାରେ ୟାସର ପ୍ରଭାବରେ ପ୍ରବଳ ବର୍ଷା ହେବ । ତାସହ କଟକ, ପୁରୀ, ଖୋର୍ଦ୍ଧା,ମୟୂରଭଞ୍ଜ, ଢେଙ୍କାନାଳ ଓ ଗଞ୍ଜାମରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର