ଭୁବନେଶ୍ୱର: ଆସନ୍ତା ୪୮ଘଣ୍ଟା ମଧ୍ୟରେ ରାଜ୍ୟର ଚାରିଟି ଜିଲ୍ଲାରେ ପ୍ରବଳ ବର୍ଷା ଓ ଦଶରୁ ଊର୍ଧ୍ୱ ଜିଲ୍ଲାରେ ବଜ୍ରପାତ ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରପୂର୍ବାନୁମାନ କରିଛି। ରାଜ୍ୟର ଜଗତସିଂହପୁର, ପୁରୀ, ଗଞ୍ଜାମ ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ଆଶଙ୍କା ନେଇ କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଆଦି ଜିଲ୍ଲାକୁ ସତର୍କ କରାଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ଆସନ୍ତା ଅଗଷ୍ଟ ୯ରୁ ୧୦ ତାରିଖ ମଧ୍ୟରେ କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, ଗଞ୍ଜାମ, ନୂଆପଡ଼ା, ରାୟଗଡ଼ା,ଗଜପତି, ପୁରୀ, ବରଗଡ଼, ସୋନପୁର ଓ ସମ୍ବଲପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭବନା ରହିଛି। ଏଥିସହ ୧୦ରୁ ୧୧ତାରିଖ ମଧ୍ୟରେ କଳାହାଣ୍ଡି, କନ୍ଧମାଳ, କୋରାପୁଟ, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, ନୟାଗଡ଼, ନବରଙ୍ଗପୁର, ଗଞ୍ଜାମ, ମାଲକାନଗିରି, ପୁରୀ, ଖୋର୍ଦ୍ଧା, ସୋନପୁର, ସମ୍ବଲପୁର ଓ ଅନୁଗୁଳ ଆଦି ଜିଲ୍ଲାକୁ ବି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଅଗଷ୍ଟ ୧୧ରୁ ୧୨ ତାରିଖ ଯାଏଁ ପ୍ରବଳ ବର୍ଷା ପାଇଁ ବରଗଡ଼, ନୂଆପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଓ ମାଲକାନଗିରି ଆଦି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।