ଆୟୁଷ ନିର୍ଦେଶାଳୟ ପକ୍ଷରୁ ଯୋଗ ଦିବସ, ବିଭିନ୍ନ ସ୍ଥାନରେ ସାମିଲ ହେଲେ ୩ ହଜାରରୁ ଅଧିକ

ଭୁବନେଶ୍ବର : ରାଜ୍ୟ ଆୟୁଷ ନିର୍ଦେଶାଳୟ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଯୋଗକୁ ତୃଣମୂଳସ୍ତରରେ ପହଞ୍ଚାଇବାକୁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ହୋଇଥିବା ବେଳେ ପାର୍କ ସମେତ ଜିଲ୍ଲାସ୍ତରରେ ଏହାକୁ ପାଳନ କରିଛି ଆୟୁଷ ନିର୍ଦେଶାଳୟ। ପ୍ରାୟ ୩ହଜାର ଲୋକ ଏଥିରେ ସାମିଲ ହୋଇଥିବା ନିର୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ନିର୍ଦେଶାଳୟ ପକ୍ଷରୁ ସରକାରୀ ହୋମିଓପ୍ୟାଥିକ ଓ ଆୟୁର୍ବେଦିକ ମେଡିକାଲ କଲେଜ, ୧୩ଟି ସ୍ଥାନରେ ଥିବା ଜିଲ୍ଲା ଆୟୁର୍ବେଦିକ ମେଡିକାଲ ଅଧିକାରୀ ବା ଡିଏଏମ୍‌ଓ କାର୍ଯ୍ୟାଳୟ ଓ ରାଜଧାନୀର ୧୦ଟି ପାର୍କରେ ଯୋଗ ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏହାସହ ନିର୍ଦେଶାଳୟ ସହିତ କିଛି ଯୋଗ ସଂସ୍ଥା ସାମିଲ ହୋଇ ଏହି ଦିବସ ପାଳନ କରିଥିଲେ। କମନ୍ ଯୋଗ ପ୍ରୋଟୋକଲ ଅନୁସାରେ ଯୋଗ କରାଯାଇଥିଲା। ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବା ପାଇଁ ନିର୍ଦେଶାଳୟ ନିଷ୍ପତ୍ତି ନେଇଥିଲା। ତେଣୁ ରାଜ୍ୟସ୍ତରୀୟ କୌଣସି ଯୋଗ ଫେଷ୍ଟିଭାଲ ହୋଇ ନ ଥିବା ନିର୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର