ଖୋର୍ଦ୍ଧା: ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ବୁଧବାର ବିଭିନ୍ନ ବିଦ୍ୟାଳୟ, ଯୋଗ କେନ୍ଦ୍ର ଓ ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଯୋଗ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମଦ ଭଗବଦଗୀତାର "ଯୋଗକ୍ଷେମ ବହାମ୍ୟହମ୍'ର ବାର୍ତା ନେଇ ଶତାଧିକ ପୁରୁଷ ମହିଳା, ଛାତ୍ରଛାତ୍ରୀ ଯୋଗ ଅଭ୍ୟାସ କରିଛନ୍ତି। ସ୍ଥାନୀୟ ପଲ୍ଲାହାଟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସକାଳ ୬ଟାରେ ଅନୁଷ୍ଠିତ ଯୋଗ କର୍ମଶାଳାରେ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ବିମଳଚନ୍ଦ୍ର ରାଉତରାୟଙ୍କ ତତ୍ୱବଧାନରେ ଛାତ୍ରଛାତ୍ରୀମାନେ ଯୋଗ ଅଭ୍ୟାସ କରିଥିଲେ । ଦେବବ୍ରତ ଆଚାର୍ଯ୍ୟ ଯୋଗ ଓ ପ୍ରାଣାୟମର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ଶିକ୍ଷକଶିକ୍ଷୟିତ୍ରୀ, ୬୦ରୁ ଉଦ୍ଧ୍ୱର୍ ଅଭିଭାବକ ପ୍ରମୁଖ ଯୋଗ ଦେଇଥିଲେ।

Advertisment

ପତଂଜଳି ଯୋଗ ସମିତି, ଖୋର୍ଦ୍ଧା ପକ୍ଷରୁ ବରୁଣେଇ ପାହାଡ଼ର ପାଦଦେଶରେ ଥିବା ଶିଶୁ ଉଦ୍ୟାନରେ ଯୋଗ ସମିତିର ଜିଲ୍ଲା ସଭାପତି ସୀତାକାନ୍ତ ପଣ୍ଡାଙ୍କ ତତ୍ୱାବଧାନରେ ଯୋଗ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ରାମ ନାରାୟଣ ଦାଶ ସଂଯୋଜନା କରିଥିଲେ । ଏଥିରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପୁରୀ ବିଭାଗ କାର୍ଯ୍ୟବାହ ବେଲେଶ୍ୱର ସାହୁ, ଗୋପାଳକୃଷ୍ଣ ଦାସ, ଭାରତ ସ୍ୱାଭିମାନ ମଂଚର ଜିଲ୍ଲା ସହ ପ୍ରଭାରୀ ଇଂ ଗୌରାଙ୍ଗ ମଣ୍ଡଳ, ପତଂଜଳି ଯୋଗ ସମିତିର ତହସିଲ ପ୍ରମୁଖ ଫକୀର ବେହେରା, ପ୍ରମୋଦ ସାହୁ, ସୁଶାନ୍ତ ମୋହନ ପଟ୍ଟନାୟକ, ଯୋଗଗୁରୁ ଦେବ ନାରାୟଣ ଆଚାର୍ଯ୍ୟ, ସନ୍ତୋଷ ରାଉତ, ମଧୁମିତା ସୁନ୍ଦରାୟ, ବନଜା ବେହେରା ପ୍ରମୁଖ ଯୋଗ ଦେଇଥିଲେ।

ହଳଦିପଦା ପଂଚାୟତ ଉଚ୍ଚବିଦ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ହଳଦିପଦା ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ଯୋଗଗୁରୁ ଲଳିତ ସ୍ୱାଇଁ ଓ ଭ୍ରମର ବର ପ୍ରଧାନ ଯୋଗାଭ୍ୟାସ କରାଇଥିଲେ । ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷ ସୁଧାକର ମହାପାତ୍ର ଯୋଗର ମହତ୍ୱ ସମ୍ପର୍କରେ ବୁଝାଇଥିଲେ । ଶିକ୍ଷକ ବାସୁଦେବ ସାହୁ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

publive-image

ବକ୍ସି ଜଗବନ୍ଧୁ ବିଦ୍ୟାଧର ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ଅଂଜନ କୁମାର ରାୟ ଅଧ୍ୟକ୍ଷତା କରିଥିଲେ। ଏନ୍ସିସି ଅଧିକାରୀ ବିଭୂପ୍ରସାଦ ସେନାପତି ଯୋଗ ଦିବସର ପାଳନ ଓ ନୀତିଦିନ ଜୀବନରେ ଯୋଗାଭ୍ୟାସର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ଶିକ୍ଷକ ବିଭୂପ୍ରସାଦ ପଣ୍ଡା, ଚନ୍ଦ୍ରକାନ୍ତ ଦାସ, ଶ୍ରୀରାମ ଭୂୟାଁ, ଚିନ୍ମୟ ମାର୍ଥା, ମହମ୍ମଦ ଖତିଉଦ୍ଦୀନ, ଶିକ୍ଷୟିତ୍ରୀ ଇଫତ୍ ଯାହାନ, ପୁଷ୍ପଲତା ପାତ୍ର, ସବିତା ଦାସ ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।
ଗୋଡ଼ିପୋଖରୀ ଠାରେ ଥିବା ବ୍ରହ୍ମକୁମାରୀ ସେବା କେନ୍ଦ୍ର ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସେବାକେନ୍ଦ୍ର ସଂଚାଳିକା ବ୍ରହ୍ମକୁମାରୀ ଅନୁରାଧା ସଂଯୋଜନା କରିଥିଲେ। ମୁଖ୍ୟ ଅତିଥି ଭାବେ ଏମ୍ସର ପୂର୍ବତନ ନିଦେ୍ର୍ଦଶକ ଓ ସୋଆ ବିଶ୍ୱବିଦ୍ୟାଳୟର ମୁଖ୍ୟ ପରାମର୍ଶଦାତା ଡାକ୍ତର ଅଶୋକ କୁମାର ମହାପାତ୍ର, ଆଇଟିବିପିର ନିରୀକ୍ଷକ କ୍ରିଷ୍ଣ କୁମାର ଯୋଗ ଦେଇଥିଲେ। ଏଥିରେ ଖୋର୍ଦ୍ଧା ପତଂଜଳି ଯୋଗପୀଠର ଯୋଗଗୁରୁ ମଧୁଲିତା ସୁନ୍ଦରାୟ ଯୋଗାଭ୍ୟାସ କରାଇଥିଲେ । ବ୍ରହ୍ମକୁମାର ଜୟକୃଷ୍ଣ ଶତପଥୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

କାଇପଦର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ଆଜି ଏନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଜାତୀୟ ସେବା ଯୋଜନା, ଏନ୍ସିସି, ରେଡ୍କ୍ରସ, ସ୍କାଉଟ୍ ଆଣ୍ଡ ଗାଇଡ୍ସର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ତରୁଣକାନ୍ତ ରାୟ ଅଧ୍ୟକ୍ଷତା କରିଥିଲେ । ଜାତୀୟ ସେବା ଯୋଜନାର ଅଧିକାରୀ ଅନୁପମା ଚମ୍ପତ୍ତିରାୟ ସ୍ୱାଗତ ଭାଷଣ, ପ୍ରଧ୍ୟାପକ ପ୍ରତାପ ଛୋଟରାୟ, ରେଡ୍କ୍ରସ ଅଧିକାରୀ ଡ ଜନ୍ମେଜୟ ଚୌଧୁରୀ, ସୁଧାଂଶୁ ରଣସିଂହ, ସ୍କାଉଟ୍ ଓ ଗାଇଡ୍ସ ଅଧିକାରୀ ମାନସ ଜୟସିଂହ, ସ୍ୱୟଂପ୍ରଜ୍ଞା ମାନ୍ଧାତା, ଏନ୍ସିସି ମୁଖ୍ୟ ତପନ ପୃଷ୍ଟି, ଅଧ୍ୟାପିକା ସଚଳା ସାମନ୍ତରାୟ, ସୁଜ୍ଞାନୀ ଭଂଜସାମନ୍ତ, ସଂଯୁକ୍ତା ପଟ୍ଟନାୟକ, ଭୁବନେଶ୍ୱର ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ପରେ ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ନିତିଦିନ ଯୋଗାଭ୍ୟାସ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ।

ସ୍ଥାନୀୟ ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ମଧ୍ୟ ଅନୁରୂପ ଭାବେ ଯୋଗ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟର ଏନ୍ସିସି ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ଆସନ ଓ ପ୍ରାଣାୟମ ଅଭ୍ୟାସ କରିଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଅଜନ୍ତା ଶତପଥୀ ଅଧ୍ୟକ୍ଷତା କରି ଯୋଗ୍ୟ ଅଭ୍ୟାସ ସମ୍ପର୍କରେ ଆଲୋଚନା କରିଥିଲେ। ମହାବିଦ୍ୟାଳୟର ଏନ୍ସିସି ଅଧିକାରୀ ଓ ଅନ୍ୟ ପ୍ରଧ୍ୟାପକ, ପ୍ରଧ୍ୟାପିକା, ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସହ କର୍ମଚାରୀମାନେ ଉପସ୍ଥିତ ଥିଲେ।