ପୁରୀ : ଶ୍ରୀମୋରାରଜୀ ଦେଶାଇ ଅନ୍ତଃରାଷ୍ଟ୍ରୀୟ ଯୋଗ ଅନୁଷ୍ଠାନ ଓ ସୁହାମ ଫାଉଣ୍ଡେସନ୍‌ର ମିଳିତ ଆନୁକୂଲ୍ୟରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସକାଳେ ସୁଜାତା ପଣ୍ଡାଙ୍କ ତତ୍ତ୍ବାବଧାନରେ ବେଳାଭୂମିରେ ଯୋଗ ପ୍ରଦର୍ଶନ କରାଯାଇଥିଲା। ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ପ୍ରଦ୍ୟୁମ୍ନ ମିଶ୍ର, ରାଧେଶ୍ୟାମ ରଥ ପ୍ରମୁଖ ଏହାକୁ ଉଦଘାଟନ କରିଥିଲେ। ଅନ୍ତର୍ଜାତୀୟ ନେଚରପାଥି ସଂଗଠନର ମିଳିତ ଆନୁକୂଲ୍ୟରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି।

Advertisment

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ ସେଠୀ, ଦେବପ୍ରସାଦ ଦାଶ, ଦିନେଶ ପ୍ରସାଦ ସ୍ବାଇଁ, ସୁବାସ ଚନ୍ଦ୍ର ଷଡ଼ଙ୍ଗୀ, ଗୁରୁକୃଷ୍ଣ ମହାପାତ୍ର, ସୁରେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ସାମ୍ପ୍ରକତିକ ସ୍ଥିତିରେ ଯୋଗର ମହତ୍ତ୍ବ ଓ ଗୁରୁତ୍ବ ସମ୍ପର୍କରେ ଆଲୋକପାତ କରିଥିଲେ। ଶରୀର ଓ ମନକୁ ସୁସ୍ଥ ରଖିବା ପାଇଁ ଯୋଗ ମହୌଷଧି ବୋଲି ଅତିଥିମାନେ କହିଥିଲେ। ଶେଷରେ ସୁଜାତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।