ବୀରମହାରାଜପୁର: ବାନ୍ଧକଳା ମାଧ୍ୟମରେ ପାଟଶାଢ଼ିରେ ଯୋଗ ହିଁ ଜୀବନର କଥା ବର୍ଣ୍ଣନା କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ବିଶିଷ୍ଟ ବାନ୍ଧଶିଳ୍ପୀ ତଥା ବୁଣାକାର ତ୍ରିପୁରାରୀ ମେହେର। ସୂର୍ଯ୍ୟନମସ୍କାରର ୧୨ଟି ଆସନ ସହ ୧୦ଟି ଭାଷାରେ ଏହି ଶାଢ଼ିରେ ସେ ‘ଯୋଗ ହିଁ ଜୀବନ’ ସଚେତନତା ବାର୍ତ୍ତା ଦେଇଛନ୍ତି। ମଙ୍ଗଳବାର ଜୁନ୍ ୨୧ ତାରିଖକୁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ପାଳନ କରାଯାଉଛି। ଏହି ଉପଲକ୍ଷେ ସମ୍ବଲପୁରୀ ପାଟଶାଢ଼ିରେ ଖୁବ୍ ସୁନ୍ଦର ଭାବେ ବାନ୍ଧକଳା ମାଧ୍ୟମରେ ବର୍ଣ୍ଣନା କରିଛନ୍ତି ୧୦ଟି ଭାଷାରେ ଜାତୀୟ ସ୍ତରର ପୁରସ୍କାରପ୍ରାପ୍ତ ବିଶିଷ୍ଟ ବାନ୍ଧଶିଳ୍ପୀ ଶ୍ରୀ ମେହେର। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ବାଗବର ପଞ୍ଚାୟତ କେନ୍ଦୁପାଲି ଗ୍ରାମର ବୁଣାକାର ଶ୍ରୀ ମେହେର ଖୁବ୍ ସୁନ୍ଦର ଭାବେ ଏହାକୁ ପାଟଶାଢ଼ିରେ ବୁଣିବାର ପ୍ରୟାସ କରି ସଫଳ ହୋଇଛନ୍ତି। ତାଙ୍କ କହିବା କଥା, ମଙ୍ଗଳବାର ହେଉଛି ଆନ୍ତର୍ଜାତୀୟ ଯୋଗ ଦିବସ।
ବ୍ୟସ୍ତବହୁଳ ଜୀବନରେ ଲୋକେ ଔଷଧ ଖାଇ ସୁସ୍ଥ ରହିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଯୋଗ କରି ନିରୋଗ ରହିବା ପାଇଁ ସେ ଏ ପାଟଶାଢ଼ି ମାଧ୍ୟମରେ ସୂର୍ଯ୍ୟନମସ୍କାରର ବାରଟି ସ୍ଥିତି ବା ଆସନ ପ୍ରଦର୍ଶନ କରିପାରିଛନ୍ତି। ଏହାର ବାନ୍ଧ କାମ କରିଛନ୍ତି ତାଙ୍କ ପିତା ଜଗନ୍ନାଥ ମେହେର ଓ ତାଙ୍କୁ ସହଯୋଗ କରିଛନ୍ତି କେନ୍ଦୁପାଲି ଗ୍ରାମର ଯୁବ ବାନ୍ଧ କଳାକାର ରାଜକୁମାର ମେହେର।
/sambad/media/post_attachments/wp-content/uploads/2022/06/10-16.jpg)
ବୁଣିବାରେ ତାଙ୍କ ସ୍ତ୍ରୀ ଜୟନ୍ତୀ ମେହେର ସାହାଯ୍ୟ କରିଛନ୍ତି। ଶାଢ଼ିଟି ତିଆରି କରିବା ପାଇଁ ସାଢ଼େ ତିନିମାସ ଲାଗି ଥିଲା। ଏହା ସମାଜ ପାଇଁ ଉତ୍ସର୍ଗୀକୃତ ବୋଲି ଶ୍ରୀ ମେହେର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/9-18.jpg)