ଭୁବନେଶ୍ୱର: କଳାଘୁମର ପିଚୁ ରାସ୍ତା ଉପରେ ବିଚ୍ଛୁରିତ ହୋଇ ପଡ଼ୁଥାଏ ଷ୍ଟ୍ରିଟ୍‌ ଲାଇଟ୍‌। ପୂରା ପରିବେଶ କୁହୁଡ଼ିରେ ଆଚ୍ଛାଦିତ ହୋଇଯାଇଥିଲା। ଠିକ୍‌ ଏହି ସମୟରେ ସୁଲୁସୁଲିଆ ପବନରେ ଭାସି ଆସୁଥିଲା ଗାୟତ୍ରୀ ମନ୍ତ୍ରର ଧ୍ୱନି। ଥଣ୍ଡା ପାଗରେ ଭୋର ପ୍ରାୟ ସାଢ଼େ ୪ଟାରୁ ରାମମନ୍ଦିର ନିକଟସ୍ଥ କେନ୍ଦ୍ରୀୟ ବିଦ୍ୟାଳୟ-୧ ଖେଳପଡ଼ିଆରେ ଏକାଠି ହୋଇଯାଇଥିଲେ ଶହ ଶହ ଯୋଗପ୍ରେମୀ। ‘ସମ୍ୱାଦ’ ଓ ‘ଅଲ୍‌ ଓଡ଼ିଶା ଯୋଗ ଆସୋସିଏସନ୍‌’ର ମିଳିତ ଆନୁକୂଲ୍ୟରେ ଆୟୋଜିତ ସପ୍ତମ ‘ଯୋଗାଥନ୍‌- ୨୦୨୬’ରେ ଦେଖିବାକୁ ମିଳିଥିଲା ଏଭଳି କିଛି ରମଣୀୟ ପରିବେଶ। 

Advertisment

Neglect: ପକ୍କା ରାସ୍ତା ଓ ବିଦ୍ୟୁତ ନଥିବା ଗ୍ରାମ ତେନ୍ତୁଳିପଡ଼ା

କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୁଲିସ ହାଉସିଂ ଏବଂ ୱେଲଫେୟାର କର୍ପୋରେସନ୍‌ର ପରିଚାଳନା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଯୋଗ ଦେଇ ସୁସ୍ଥ ଓ ନିରୋଗ ରହିବା ପାଇଁ ସବୁଠୁ ଉତ୍କୃଷ୍ଟ ଓ ସରଳ ମାଧ୍ୟମ ହେଉଛି ଯୋଗ। ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଉଭୟ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ସମସ୍ତେ ଯୋଗ କରିବା ଆବଶ୍ୟକ। ‘ସମ୍ୱାଦ’ର ଏହି କାର୍ଯ୍ୟକ୍ରମ ପ୍ରତି କୋଣ ଅନୁକୋଣରେ ପହଞ୍ଚୁ ବୋଲି ସେ ମତ ଦେଇଥିଲେ। ଏଥିରେ ଅତିଥି ଭାବେ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସଂପାଦକ ତନୟା ପଟ୍ଟନାୟକ ଶ୍ରୀମଦ୍‌ ଭଗବତ ଗୀତାର ଉଦାହରଣ ଦେଇ ଯୋଗକୁ ଏକ ଯାତ୍ରା ବୋଲି ଅଭିହିତ କରିଥିଲେ।

‘ଯୋଗାଥନ୍‌ ୨୦୨୬’ ଯୋଗ ଏକ ଯାତ୍ରା: ତନୟା

ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ ଯୋଗଦେଇ ଓଡ଼ିଶାବାସୀଙ୍କ ସ୍ବାସ୍ଥ୍ୟର ସୁରକ୍ଷା‌ ଉତ୍ତରଦାୟିତ୍ବକୁ ଦୃଷ୍ଟିରେ ରଖି ସବୁଆଡ଼େ ଆମେ ଏହି କାର୍ଯ୍ୟକ୍ରମ କରୁଛୁ ବୋଲି କହିଥିଲେ। ଆୟୁଷ ନିର୍ଦ୍ଦେଶକ ଅଞ୍ଜନା ପଣ୍ଡା ଓଡ଼ିଶା ସରକାର ବର୍ତ୍ତମାନ ଯୋଗକୁ ଉତ୍ସାହିତ କରୁଛନ୍ତି ବୋଲି କହିଥିଲେ। ଅନ୍ୟାନ୍ୟ ଅତିଥି ଭାବେ କେନ୍ଦ୍ରୀୟ ବିଦ୍ୟାଳୟ-୧ ଅଧ୍ୟକ୍ଷ ଆଦିତ୍ୟ କୁମାର ପଣ୍ଡା, ‘ଫ୍ରିଡମ୍‌ ଅଏଲ୍‌ର ରାଜ୍ୟ ମୁଖ୍ୟ ଅମିୟ ଧଳ, ବ୍ରହ୍ମକୁମାରୀ ଦୁର୍ଗେଶ ନନ୍ଦିନୀ, ଆସୋସିଏସନ୍‌ର ସଭାପତି କବି ପ୍ରସାଦ ମହାପାତ୍ର, ସମ୍ପାଦକ ଦୀପକ ଗିରି ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ହେଲଥ୍‌ ଭିଲେଜ୍‌ ହସ୍ପିଟାଲ୍‌ର ବିଶେଷଜ୍ଞ ଡା. ରାମକୃଷ୍ଣ ପାତ୍ର ଓ ସୋଭନ କୁମାର ରଥ ହସ୍ପିଟାଲ ପକ୍ଷରୁ ଯନ୍ତ୍ରଣା ଦୂର କରିବା ପାଇଁ ଦିଆଯାଉଥିବା ଚିକିତ୍ସା ଉପରେ କହିଥିଲେ। 

Air India alert: ଆମେରିକାରେ ଭୟଙ୍କର ଶୀତକାଳୀନ ତୁଷାର ଝଡ଼ ସମ୍ଭାବନା: ନ୍ୟୁୟର୍କ ଓ ନ୍ୟୁଆର୍କକୁ ସୋମବାର ପାଇଁ ବିମାନ ସେବା ବାତିଲ କଲା ଏୟାର ଇଣ୍ଡିଆ

ଯୋଗଗୁରୁ ମନୋଜ ରାଉତଙ୍କ ବିଭିନ୍ନ ସୂକ୍ଷ୍ମ ଆସନରୁ ଆରମ୍ଭ ହୋଇଥିଲା ଯୋଗାଭ୍ୟାସ। ଏହା ପରେ ସୂର୍ଯ୍ୟଙ୍କ ଆଗମନକୁ ଲକ୍ଷ୍ୟ କରି ଆରମ୍ଭ ହୋଇଥିଲା ସୂର୍ଯ୍ୟ ନମସ୍କାର। ପରେ ପରେ ଯୋଗାଚାର୍ଯ୍ୟ ଲକ୍ଷ୍ମୀନାରାୟଣ ପାଢ଼ୀଙ୍କ ଦ୍ବାରା ପ୍ରାଣାୟମ ଯୋଗାଭ୍ୟାସ କରାଯାଇଥିଲା। ଏଥିରେ କପାଳଭାତି, ନାଡ଼ିଶୋଧନ ଆଦି ପ୍ରାଣାୟମ କରାଯାଇଥିଲା। ପରେ ନବକିଶୋର ମହାନ୍ତି ସମସ୍ତଙ୍କୁ ଧ୍ୟାନ ମାଧ୍ୟମରେ ନିଜର ସତ୍ତାକୁ ଅନୁଭବ କରାଇଥିଲେ। ସେହିପରି ଉଷାନ୍ତିଲତା ହୋତା ହସ ଯୋଗ ମାଧ୍ୟମରେ ପରିବେଶକୁ ଜମାଇ ଦେଇଥିଲେ। ଆର୍‌ଜେ ନିରଦ ଆର୍ଯ୍ୟ ମଞ୍ଚ ପରିଚାଳନା କରିଥିଲେ।