ସୁସ୍ଥ ଜୀବନଯାପନ ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ: ଧର୍ମେନ୍ଦ୍ର

ଘରେ ରହି ଯୋଗ ଦିବସ ପାଳିଲେ

ଭୁବନେଶ୍ୱର : ସୁସ୍ଥ ଜୀବନଯାପନ ପାଇଁ ପ୍ରତିଦିନ ‘ଯୋଗ’ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ। ବିଶେଷ ଭାବରେ ସାମ୍ପ୍ରତିକ ସମୟରେ ଯୁବଗୋଷ୍ଠୀ ‘ଯୋଗ’ କରିବା ପାଇଁ ଆଗେଇ ଆସିବା ଦରକାର ବୋଲି ଆଜି ‘ଆନ୍ତର୍ଜାତିକ ଯୋଗ ଦିବସ’ ଅବସରରେ ଟ୍ୱିଟ୍ ଯୋଗେ ଆହ୍ୱାନ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଘରେ ରହି ଶ୍ରୀ ପ୍ରଧାନ ଯୋଗ କରିବା ସହ ଦେଶବାସୀଙ୍କୁ ଯୋଗ ଦିବସର ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ପ୍ରତିଦିନ ସକାଳେ ଯୋଗ କରିବା ଦ୍ୱାରା ଶରୀର ଓ ମନ ପ୍ରଫୁଲ୍ଲିତ ରୁହେ। ‘ଯୋଗ’ର ଅର୍ଥ ହେଉଛି ଶରୀର, ମସ୍ତିଷ୍କ ଓ ଆତ୍ମାର ମିଳନ, ଯାହା ଜୀବନର ଆଦର୍ଶ ଅଟେ। ‘ଯୋଗ’ ଆମକୁ ଚେତନା ସ୍ତରକୁ ନେବା ସହ ସାମର୍ଥ୍ୟ ହାସଲ କରିବାକୁ ଆଗେଇ ନେଇପାରେ। ଯେତେବେଳେ ବିଶ୍ୱ କୋଭିଡ୍-୧୯ ମହାମାରୀ ବିରୋଧରେ ଲଢ଼େଇ କରୁଛି, ସେହି ସମୟରେ ଯୋଗ ଏକ ଆଶା ଉଜ୍ଜିବୀତ କରିଛି। ଯୋଗ ଆମକୁ ମାନସିକ ଶାନ୍ତି, ଚେତନା ଏବଂ ସୁସ୍ଥତା ଦେଉଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର